pr

ଭୁଷଲାଡ଼ ଯୁବା ମଞ୍ଚ ପକ୍ଷରୁ ନୂଆଖାଇ ଭେଟଘାଟ

dr. purohit
  • କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କ ଗୀତରେ ଝୁମିଲେ ଦର୍ଶକ
  • ବିକେଶ୍ ସାହୁଙ୍କ ସଂଯୋଜନାରେ ‘ଉଂଦେର୍ ପତ୍ରିକା’ ଉନ୍ମୋଚନ
  • ବିଶ୍ୱ ପାରା ତିରନ୍ଦାଜ ପାୟଲ ନାଗଙ୍କୁ ଉଂଦେର୍ ସମ୍ମାନରେ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଷଲାଡ ଯୁବା ମଂଚ୍ ପକ୍ଷରୁ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସମଲେଶ୍ୱରୀ ଓ ଜଗନ୍ନାଥ ଭଗବାନଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସଭାପତି ଲୋଚନ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଳାନାଥ ବେହେରା, ୨୨ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଓଏଏସ ଲେଖାରାମ ଭୋଇ, ସୁନ୍ଦରଗଡ଼ ଇଞ୍ଜିନିୟର କଲେଜର ମେନେଜିଙ୍ଗ ଡାଇରେକ୍ଟର ଦେବରାଜ ସାହୁ, ଭୁସଲାଡ଼ ପଞ୍ଚାୟତ ସରପଞ୍ଚ ଦୀପକ ଛୁରା, ପୂର୍ବତନ ସରପଞ୍ଚ ଯୁବରାଜ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ସାଂସଦଙ୍କ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଅନିଲ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାବାସୀଙ୍କ ଗର୍ବ ଓ ଗୌରବର ପର୍ବ ନୁହେଁ, ଏହା ମାଟି, କୃଷି, ସଂସ୍କୃତି ଓ ନୈତିକ ସମ୍ବନ୍ଧର ଗୋଟିଏ ପବିତ୍ର ଉତ୍ସବ । ଏହି ପର୍ବ ଆମ କୃଷିପ୍ରଧାନ ସମାଜର ଭାତୃତ୍ୱ ଓ ଏକତାର ସୂତ୍ରକୁ ଅତୁଟ ଭାବେ ବାନ୍ଧି ରଖିଛି ନୂଆଖାଇ ଭେଟଘାଟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବେଙ୍କଙ୍କରେ ଆୟୋଜିତ ବିଶ୍ୱ ପାରା ତିରନ୍ଦାଜ ପ୍ରତିଯୋଗିତାରେ ବିଶ୍ୱ ନମ୍ବର ଏକ ରେଂକିକ ଧାରୀ ଶୀତଲ ଦେବୀକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିବା ଏ ଅଞ୍ଚଳର ଗର୍ବ ଓ ଗୌରବ ପାୟଲ ନାଗକୁ ଚଳିତ ବର୍ଷ ଉଂଦେର୍ ସମ୍ମାନ ୨୦୨୬ , ଏହା ସହିତ ଗାଁ’ର ପ୍ରଥମ ଶିକ୍ଷକ ତଥା ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାରରେ ନିଜ ଜୀବନ ଉତ୍ସର୍ଗ କରିଦେଇଥିବା ଲିଙ୍ଗରାଜ ସାହୁଙ୍କୁ ଭୁଷଲାଡ ଶିକ୍ଷା ସମ୍ମାନ, ଏହି କ୍ରମରେ ଗୋଲକ ବିହାରୀ ବଚ୍ଛାଙ୍କୁ ତାଙ୍କ ଚିତ୍ରଶିଳ୍ପ, ବାସ୍ତୁକଳା, ଗୀତ ରଚନା ଆଦି କ୍ଷେତ୍ରରେ ନିପୁଣତାକୁ ସ୍ମରଣ କରି ମରଣୋତ୍ତର ଭାବେ ଭୁଷଲାଡ କଳା ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ସହିତ ଦେଶ ପାଇଁ ନିଜ ଜୀବନ ଢାଳି ଦେଉଥିବା ଏ ଅଞ୍ଚଳର ବୀର ସୈନିକମାନଙ୍କୁ, ନବନିଯୁକ୍ତ ଶିକ୍ଷକ ମାନଙ୍କୁ ତଥା ଅନ୍ୟାନ୍ୟ କୃତି ଯୁବକଯୁବତୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କ୍ରମରେ ଏଇ ମାଟିରେ ଦୁଇଟି ନଦୀର ମିଳନ ହୋଇ ଉଂଦେର୍ ନଦୀର ସୃଷ୍ଟିକୁ ନିଜ ପରିଚୟ ମଣି, ‘ଉଂଦେର୍’ ନାଁରେ ଗୋଟେ କୋଶଲି ସାହିତ୍ୟ ପତ୍ରିକା ବିକେଶ୍ ସାହୁଙ୍କ ସଂଯୋଜନା ଦ୍ଵାରା କବିତା ଉନ୍ମୋଚନ କରାଯାଇଛି । କନକ ବର୍ଦ୍ଧନ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ବଲବନ୍ତ ସାହୁ ବିବରଣୀ ପଠନ କରିଥିଲେ । ଏଥି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସର୍ବେଶ୍ୱର ଭୋଇ, ଶଙ୍କର ବେହେରା ବଜାଶାଳ ନୃତ୍ୟ ଓ ସାନବଡ ଘୁଡକା ଦଳ ସାମିଲ ହୋଇଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକମାନେ ଉପଭୋଗ କରିଥିଲେ । ଶେଷରେ ମାନସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜକ କମିଟି ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.