
- “ଆଏଜ ବି ଟାକିଛେଁ” ଉନ୍ମୋଚିତ
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନିୟ ଡି.ଏଫ.ଓ ଅଫିସ କନଫରେନ୍ସ ହଲରେ ଅର୍ଜୁନ କୁମାର ସାହୁଙ୍କ କୋଶଲି କଥାନୀ ସଂକଳନ “ଆଏଜ ବି ଟାକିଛେଁ ” ତହଁକ୍ ପ୍ରକାଶନୀ ତରଫରୁ ଉନ୍ମୋଚିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ପରମାଣୁ ଉର୍ଜା ବିଭାଗ ବୈଜ୍ଞାନିକ ଅଧିକାରୀ ପଦ୍ମନାଭ ପ୍ରଧାନ, ବନଖଣ୍ଡ ଅଧିକାରୀ ଅଜିତ ବିଶି, ବରିଷ୍ଠ କବି ଆନନ୍ଦ ଚନ୍ଦ୍ର ସାହୁ, ଜିଲ୍ଲା ଲେଖକ ପରିଷଦ ସଂପାଦକ ସୁଶାନ୍ତ ବାଗ, ଓସାକା ହାଇଦ୍ରାବାଦର ସଭାପତି ସୁନିଲ କୁମାର ଗଡତ୍ୟା ଯୋଗଦେଇ ଅର୍ଜୁନ କୁମାର ସାହୁଙ୍କ ସାହିତ୍ୟ ସର୍ଜନା ଆମ ଭାଷା ପାଇଁ ଏକ ଶ୍ରେଷ୍ଠ ଅବଦାନ ତଥା କୋଶଲି ଭାଷାକୁ ସମୃଦ୍ଧ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ଏହି ସଂକଳନରେ ଷୋହଳଟି କଥାନୀ ରହିଛି ଓ ସମସ୍ତ କଥାନୀ ଆମ ଅଂଚଳର ସମସ୍ୟା, ପରମ୍ପରା, ଐତିହ୍ୟର ଛାପ ରହିଛି । ଏହା ପାଠକଙ୍କୁ ଆକୃଷ୍ଟ କରିବ ବୋଲି ଲେଖକ ଆଶା ରଖିଛନ୍ତି । କାର୍ଯ୍ୟକ୍ରମକୁ ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା ସଂଯୋଜନା କରିଥିବା ବେଳେ ପ୍ରସନ୍ନ ଗଡତ୍ୟା ସ୍ୱାଗତ ଭାଷଣ ଦେଇଥିଲେ । ନିତ୍ୟାନନ୍ଦ ଜୁଏଡ୍, ସୌକିଲାଲ୍ ସାହୁ, ସୁରେନ୍ଦ୍ର ପଟେଲ, ଦିଲୀପ ପୁରୋହିତ, ଗୋପାଳ ମେହେର, ପୁଷ୍ପାଞ୍ଜଳି ମେହେର, ତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ଵାଇଁ, ତୃଷା ସାହୁ ନିକିତା ସା ସହଯୋଗ କରିଥିଲେ । ଶେଷରେ ଗୀତିକାର କପିଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

