
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୂର୍ତ୍ତ ବିଭାଗ ଅଧୀନ ୨୬ ନଂ ଜାତୀୟ ରାଜପଥ ବୁର୍ଡାଛକ ଠାରୁ ସୋନପୁର ଜିଲ୍ଲା ଅର୍ଜୁନପୁର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାର ଅନେକ ସ୍ଥାନରେ ପିଚୁ ଉପୁଡ଼ି ଯାଇ ଖାଲ ହେବା ସହିତ ରାସ୍ତା ଫାଟି ଯାଇଛି । ବିଭିନ୍ନ ସ୍ଥାନରେ ପାଣି ଜମିଯାଇ ଯାତାୟାତ ପାଇଁ ରାସ୍ତା ଅନୁପଯୋଗୀ ହୋଇପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ତଥା ରାଜଧାନୀ ଭୁବନେଶ୍ୱରକୁ ଯିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇଥିବା ବେଳେ ଶତାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଖୁବଶୀଘ୍ର ଏହି ପିଡବ୍ଲୁଡ଼ି ରାସ୍ତାର ଉପଯୁକ୍ତ ମରାମତି କରାଯିବା ସକାଶେ ସାଧାରଣରେ ଦାବି ହେଉଛି ।

