pr

ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ : ପୁଣି ଗିରଫ ହେବେ ବିକ୍ରମ ପଣ୍ଡ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗତ ୧ ତାରିଖରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିବା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ଏକ ମାମଲା ରୁଜୁ ହୋଇଛି ବୋଲି ଜଣାପଡ଼ିଛି । ଜେଲ୍‌ରୁ ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଧମକ ଦେବା ଅଭିଯୋଗରେ ଗୋସାଣୀନୂଆଗାଁ ଥାନା ପୋଲିସ ଏହି ମାମଲା ରୁଜୁ କରିଛି । ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ ଓ ଜେଲ୍ ଡାକ୍ତର ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କିତ ସିସିଟିଭି ଫୁଟେଜ୍ ସହ ବିଭିନ୍ନ ବୈଷୟିକ ପ୍ରମାଣ ପୋଲିସ ହାତରେ ଲାଗିଥିବା ବ୍ରହ୍ମପୁର ଏସ୍‌ପି ଡା. ଶ୍ରବଣା ବିବେକ ଏମ୍. ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ବିକ୍ରମ ଓ ମଦନ ଜେଲ୍ ଡାକ୍ତର ତା. ସୁଶାନ୍ତ ପାଣିଗ୍ରାହୀଙ୍କ ଚାମ୍ବରକୁ ଯାଇଥିଲେ । ସେଠାରେ ଡାକ୍ତର ପାଣିଗ୍ରାହୀ ଉକ୍ତ ସାକ୍ଷୀଙ୍କୁ ହ୍ୱାଟସଆପ୍‌ରେ କଲ୍ କରି କଥା ହୋଇଥିଲେ। ‘ତୁମ ସହ ବିକ୍ରମ କଥା ହେବାକୁ ଚାହୁଁଛନ୍ତି’ କହିବା ସହ ବିକ୍ରମଙ୍କୁ ଫୋନ ଦେଇଥିଲେ । ସିସିଟିଭିରୁ ବତ୍‌ର୍ତିବା ପାଇଁ ବିକ୍ରମ ମୋବାଇଲ୍ ନେଇ ଅନ୍ୟ ଏକ କୋଠରୀକୁ ଯାଇ ସାକ୍ଷୀଙ୍କୁ ଧମକ ଦେଇଥିଲେ । ଏହାସହ ମଦନ ବି ତାଙ୍କୁ ଧମକ ଦେଇଥିବା ସଂକ୍ରାନ୍ତରେ ଚଳିତ ମାସ ୧ ତାରିଖରେ ସାକ୍ଷୀ ଶ୍ରୀ ମଙ୍ଗରାଜ ଗୋସାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ । ଫୋନ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ସେ ପୁଲିସ ନିକଟରେ ଦାଖଲ କରିଛନ୍ତି । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରିଥିବାବେଳେ ଏକ ଟିମ୍ ଜେଲ୍‌କୁ ଯାଇ ତା. ସୁଶାନ୍ତଙ୍କୁ ପଚରାଉଚରା କରିବା ସହ ମୋବାଇଲ ଏବଂ ସିସିଟିଭି ଫୁଟେଜ୍ ଜବତ କରିଛି । ସମସ୍ତ ବୈଷୟିକ ପ୍ରମାଣ ହାସଲ ପରେ ଗତକାଲି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଡାକ୍ତର ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ପରେ ଏନେଇ ପୋଲିସ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି । ମଦନ ଜେଲ୍‌ରେ ଥିବା ବେଳେ ବିକ୍ରମ ଜାମିନରେ ଅଛନ୍ତି । ତେଣୁ ବିକ୍ରମ ଜେଲ୍ ଡାକ୍ତରଙ୍କ ଫୋନ୍‌ରୁ ସାକ୍ଷୀଙ୍କୁ ଧମକ, ମାମଲା ରୁଜୁ ହୋଇଛି, ଯାହା ସ‌ହ‌ଯୋଗୀ ମଦନ ଓ ଡାକ୍ତର ବି ଫସିଲେ ଡାକ୍ତରଙ୍କ ବିରୋଧରେ ସରକାରଙ୍କୁ ଜଣାଇବ ପୁଲିସ ଓ ସୁଶାନ୍ତଙ୍କୁ ଗିରଫ କରିବାକୁ ପୋଲିସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଶ୍ରୀ ମଙ୍ଗରାଜ କହିଛନ୍ତି, ସାକ୍ଷ୍ୟ ନ ଦେବା ଲାଗି ଗତ ୨୮ ତାରିଖରେ ତାଙ୍କୁ ଡାକ୍ତରଙ୍କ ଫୋନରୁ ବିକ୍ରମ ପ୍ରଲୋଭନ ଦେଖାଇଥିଲେ । କିନ୍ତୁ ସେଥିରେ ରାଜି ନ ହେବାରୁ ଧମକ ଦେଇଥିଲେ । ୧ ତାରିଖରେ ଆଉ ଦୁଇ ଜଣ ଅଜଣା ଲୋକ ତାଙ୍କୁ ଆସି ଧମକାଇଥିଲେ । ଏ ସଂକ୍ରାନ୍ତରେ ସେ ୧ ତାରିଖରେ ଥାନାରେ ଜଣାଇଛନ୍ତି । ସୂଚନାଯୋଗ୍ୟ, ପୀତବାସ ହତ୍ୟାକାଣ୍ଡରେ ବିକ୍ରମଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ପୋଲିସ ଚାର୍ଜସିଟରେ ଦର୍ଶାଇଥିଲା । ହେଲେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେବା ପରେ ସେ ଗତ ୧ ତାରିଖରେ ଜେଲ୍‌ରୁ ବାହାରିଥିଲେ । ଏବେ ଜିଲ୍ଲା ସାରା ବୁଲି ସଙ୍ଗଠନ କଥା ସମୀକ୍ଷା କରୁଛନ୍ତି । ଠିକ ଏହି ସମୟରେ ତାଙ୍କ ନାଁରେ ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ମାମଲା ରୁଜୁ ହେବା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।

nrusinghnath
Leave A Reply

Your email address will not be published.