pr

ମୋଦିଙ୍କ ଜନ୍ମଦିନରେ ସଇଁତଲା ଘୁନସର ଗାଁରେ ବୃକ୍ଷରୋପଣ

dr. purohit

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁର ଯୁଗେଶ୍ୱରାୟ ମନ୍ଦିର ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଟିଟିଲାଗଡ଼ ରେଞ୍ଜର ଶୈଳେଶ ବିଶିଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ମନ୍ଦିର ପରିସର ନିକଟରେ ବିଭିନ୍ନ ପ୍ରକାରର ୭୬ଟି ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବେଲଗାଁ ଫରେଷ୍ଟର ଆଶୁତୋଷ ମହାକୁର, ଫରେଷ୍ଟର ବିମ୍ବାଧର ବେହେରା, ରଂଜିତ ସିଂଦେଓ, ପ୍ରିୟଙ୍କା ପୋଢ଼, ତପସ୍ୱିନୀ ରଣା, ପୂଜାରାଣୀ ସେଠ, ଇସ୍ମିତା ବଳିଆର ସିଂ, ରଞ୍ଜିତା ପୋଢ଼, ଗୋବିନ୍ଦ ପଣ୍ଡା, ଉଦ୍ଧବ ହରପାଲ, ସଂଜୀବ ମିଶ୍ର ଓ ଘୁନସର ସରପଞ୍ଚ ଅନୁରାଧା ସେଠ, ଘୁନସର ହାଇସ୍କୁଲ ପ୍ରଧାନଶିକ୍ଷକ ସୁରେନ୍ଦ୍ର ବାଗ, ପ୍ରକାଶ ଗହୀର, ଶରତ ବେହେରା, ଚମ୍ପୁ ସେଠଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଚାରାରୋପଣ କରିବା ସହ ଏହାର ସୁରକ୍ଷା ଓ ଯତ୍ନ ନେବା ଉପରେ ଗୁରୁତ୍ୱ ଦେଇଥିଲେ । ପରିବେଶର ସୁରକ୍ଷା ସହ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଧିକରୁ ଅଧିକ ଗଛ ଲଗାଇବାକୁ ଆହ୍ୱାନ ଦେଇଥିଲେ ରେଞ୍ଜର ଶ୍ରୀ ବିଶି ।

nrusinghnath
Leave A Reply

Your email address will not be published.