
ବଲାଙ୍ଗିର, (କେପିଏନ୍ଏସ୍) : ନୂଆଁଖାଇ ଅବସରରେ କାଲସାଏପାଲିରେ ଜମିଲା ଫୁଟବଲ ମ୍ୟାଚ୍ । ଜନ କଲ୍ୟାଣ ଯୁବକ ସଂଘ କାଲସାଏପାଲି ପକ୍ଷରୁ ଖୁଜେନପାଲି ଖେଳପଡ଼ିଆରେ ବିବାହିତ ଓ ଅବିବାହିତ ଯୁବକଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନୂଆଁଖାଇ ପରେ ଗ୍ରାମର ଯୁବକମାନଙ୍କ ମଧ୍ୟରେ ଭାଇଚାରା ଓ ସାମାଜିକ ଏକତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ରୋମାଞ୍ଚକର ମୁକାବିଲା ପରେ ଟାଇବ୍ରେକରରେ ୩-୨ ଗୋଲରେ ବିବାହିତ ଦଳ ବିଜୟୀ ହୋଇଥିଲା । ମ୍ୟାଚ୍ରେ ଖେଳାଳିମାନଙ୍କ ଉତ୍ସାହ ସହ ଦର୍ଶକଙ୍କ ମଧ୍ୟରେ ମଧ୍ୟ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ଯୁବ ସଂଗଠକ ବିନୋଦ କାଲସାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ୱାର୍ଡ ମେମ୍ବର ଦେବରାଜ କାଲସାଏ, ମହାଦେବ କାଲସାଏ ଓ ସଞ୍ଜୁ ଷାଣ୍ଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଚନ୍ଦ୍ର କାଲସାଏ, କୁନା କାଲସାଏ ଓ ଟିଞ୍ଚୁ କୁଦେଇ ରେଫରି ଭାବେ ଖେଳ ପରିଚାଳନା କରିଥିଲେ । ସୁଥିର କାଲସାଏ, ରାହାସ ବିହାରୀ କାଲସାଏ, ମକରଧ୍ୱଜ କାଲସାଏଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ରହି ମ୍ୟାଚ୍ ଉପଭୋଗ କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

