pr

ସୁରେଶ୍ୱରୀ ମନ୍ଦିରରେ ସେବା ସଂକଳ୍ପ ଅଭିଯାନର ପ୍ରଥମ ଦିନ

dr. purohit
  • ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଜ୍ୱଳନ ହେବ ୧ ଲକ୍ଷ ୪୪ ହଜାର ୬୨୩ ଗୋଟି ଦୀପ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ସୁରେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅଭିଯାନ ଆଜି ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ୟ୍ୟନ୍ତ ପାଳନ କରାଯିବ । ପ୍ରଥମ ଦିନର କାର୍ଯ୍ୟକ୍ରମରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ରଙ୍ଗୋଲି ପ୍ରସ୍ତୁତି, କେକ୍ କାଟିବା ଏବଂ ଦୀପ ପ୍ରଜ୍ୱଳନ ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସୁବର୍ଣ୍ଣପୁର ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନରେ ମୋଟ ୧,୪୪,୬୨୩ଟି ଦୀପ ପ୍ରଜ୍ୱଳନ କରାଯିବା । ଆଜି ସକାଳୁ ମା’ ସୁରେଶ୍ୱରୀଙ୍କ ପୀଠରେ ୧,୦୦୦ ଗୋଟି ଦୀପ ପ୍ରଜ୍ୱଳନ କରାଯାଇଥିଲା । ମାସ ବ୍ୟାପି ଅଭିଯାନରେ ପ୍ରତ୍ୟେକ ବିଏଲ୍‌ଏଫ୍‌, ଜିଏଲ୍‌ଏଫ୍‌ ଏବଂ ଡ଼ିଏଲ୍‌ଏଫ୍‌, ମନ୍ଦିର, ଦେବାଳୟ ଓ ଗୃହମାନଙ୍କରେ ଦୀପ ପ୍ରଜ୍ୱଳନ କରାଯିବ । ଏହି ଅବସରରେ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ବିଶ୍ୱଜିତ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସେବା ଓ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ରହିଥିବା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ବାର୍ତ୍ତାକୁ ନେଇ ସୁରେଶ୍ୱରୀ ମନ୍ଦିର ପରିସରରେ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

nrusinghnath
Leave A Reply

Your email address will not be published.