pr

ଫକୀର ଚରଣ ପାଢ଼ୀଙ୍କ ରଚ୍ଚିତ ‘ପିତାମ୍ବରଙ୍କ ପୁସ୍ତକ ପରିଚୟ’ ପୁସ୍ତକ ଲୋକାର୍ପିତ

dr. purohit
  • ଉତ୍କଳ ସମ୍ମିଳନୀର ନୂଆଁଖାଇ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ପ୍ରଥମ କରି ନୂଆଁଖାଇ ଭେଟଘାଟ ଗବେଷକ ତଥା ଐତିହାସିକ ଭୀମସେନ ମହାପାତ୍ରଙ୍କ ସଭାପତିତ୍ୱରେ ସତ୍ୟବାଦୀ ମାଟିରେ ତା ୧୫/୦୯/୨୦୨୬ ରିଖେ ମହାସମାରୋହରେ ପାଳିତ ହୋଇଯାଇଛି । ସୁ-ସାହିତ୍ୟିକା ସୁନନ୍ଦା ମହାନ୍ତିଙ୍କ ସଂଯୋଜନାରେ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଅର୍ଘ୍ୟ ଅର୍ପଣ ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା । ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଶିକ୍ଷାବିତ୍ତ ଫକୀର ଚରଣ ପାଢ଼ୀଙ୍କ ରଚିତ’ ପିତାମ୍ବରଙ୍କ ପୁସ୍ତକ ପରିଚୟ’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଫକୀର ଚରଣ ପାଢ଼ୀଙ୍କ ରଚିତ ଆଦିବାସୀ ସଂସ୍କୃତି ପୁସ୍ତକ ‘ନବରଙ୍ଗପୁର ଜିଲ୍ଲାର ଦେଶିଆ ନାଟ’କୁ କବି ତଥା ସରକାରୀ ଆଇନଜୀବୀ ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀ ଉତ୍କଳ ସମ୍ମିଳନୀ ସଭାପତି ଗବେଷକ ଭୀମସେନ ମହାପାତ୍ରଙ୍କୁ ଉପହାର ଦେଇଥିଲେ । ସୁ-କବୟିତ୍ରୀ ବିଶାଖା ଦେବୀଙ୍କ ସଂଯୋଜନାରେ କବିତା ପାଠ କରାଯାଇଥିଲା । ମୁଖ୍ୟଅତିଥି ପ୍ରାଧ୍ୟାପକ ଡଃ. ଅଭିମନ୍ୟୁ ବରାଳ, ମୁଖ୍ୟବକ୍ତା ସ୍ୱନାମଧନ୍ୟ ଶିଶୁ ସାହିତ୍ୟିକ ତଥା ନାଟ୍ୟକାର ଡଃ. ହେମନ୍ତ କୁମାର ଛୋଟରାୟ, ଉପ-ସଭାପତି ଅନାମ ଚରଣ ମଲ୍ଲିକ, ଗବେଷକ ଲକ୍ଷ୍ମୀନାରାୟଣ ପାଠୀ, କବି ରଂଜନ ମିଶ୍ର, ସଂପୂର୍ଣ୍ଣାନନ୍ଦ ମିଶ୍ର, ସୁନନ୍ଦା ମହାନ୍ତି, ବିଶାଖା ଦେବୀ, ପଞ୍ଚାନନ ମିଶ୍ର, ବିଜୟ କୁମାର ପରିଡା, ଦିଗମ୍ବର ରଥ, ବିଭୁତିଭୂଷଣ ହୋତା, ହୃଷୀକେଶ ପାଢ଼ୀ, ପ୍ରଭାକର ଜେନା, କୃପାନିଧି ପ୍ରଧାନ, ଅଭୟ ଚରଣ ସାହୁ, ପଦ୍ମଚରଣ ମହାପାତ୍ର, ମୃତ୍ୟୁଞ୍ଜୟ ଦକ୍ଷିଣରାୟ ପ୍ରମୁଖ ନୂଆଁଖାଇ ଭେଟଘାଟ ଉପରେ ଗବେଷଣାତ୍ମକ ଆଲୋଚନା ରଖିବା ସହ କବିତା ପାଠରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ରଙ୍ଗବତୀ ଗୀତର ତାଳେ ତାଳେ ପରସ୍ପର କାକରା ପିଠା ଖୁଆଖୋଇ ହୋଇ ନୂଆଁଖାଇ ଜୁହାରରେ ଅଭିନନ୍ଦନ ଜଣାଇଥିଲେ । ପ୍ରଥମଥର ପାଇଁ ଉତ୍କଳ ସମ୍ମିଳନୀରେ ଏହା ପାଳନ କରାଯାଉଥିବାରୁ ସ୍ଥାନୀୟ ଅଂଚଳରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

nrusinghnath
Leave A Reply

Your email address will not be published.