
ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ତରଫରୁ କଲୁଙ୍ଗା ସ୍ଥିତ ଆଇଡିଏଲ୍ ଠାରେ ବିଘ୍ନେଶ ଏଚ୍ପି ଗ୍ୟାସ ଏଜେନ୍ସୀ ଠାରେ ଏହାର ନୂତନ ପିଢ଼ିର ଏଚ୍ପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡର ଲଞ୍ଚ୍ କରିଛି । ଏହି କାର୍ଯ୍ୟକ୍ରମ ପୂର୍ବାଞ୍ଚଳ ମହାପ୍ରବନ୍ଧକ ଗଜେନ୍ଦ୍ର ସୁନହାରେଙ୍କ ନିର୍ଦ୍ଦେଶନା ଓ ସମ୍ବଲପୁର ଏଲ୍ପିଜି ଆର୍ଓ ରମେଶ କୁମାରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ଏଚ୍ପି ଗ୍ୟାସ୍ ନବ୍ୟା ୧୦ କେଜି ସିଲିଣ୍ଡରକୁ ଆଧୁନିକ ପରିବାର, ଯୁବ ବୃତ୍ତିଜୀବୀ ଏବଂ ଛୋଟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକର ସୁବିଧା, ସୁରକ୍ଷା ଏବଂ ନମନୀୟତାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି । ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ହେଲା ହାଲୁକା ଓଜନ, ଅର୍ଦ୍ଧ-ସ୍ୱଚ୍ଛ ଡିଜାଇନ୍, କଳଙ୍କମୁକ୍ତ ସାମଗ୍ରୀ, ଦ୍ରୁତ କାଗଜପତ୍ର, ରିଫିଲ୍ ସୀମା ନାହିଁ, ଦୃତ ବିତରଣର ସୁବିଧା ରହିଛି । ଏହି ଅବସରରେ ଅଧିକାରୀମାନେ କହିଥିଲେ ଯେ, ଏଚ୍ପି ନବ୍ୟା, ଏଲ୍ପିଜିକୁ ଅଧିକ ସୁଲଭ, ବ୍ୟବହାରକାରୀ-ଅନୁକୂଳ ଏବଂ ଗ୍ରାହକ-କେନ୍ଦ୍ରିକ କରିବା ଦିଗରେ ଏକ ପଦକ୍ଷେପ । ଗ୍ରାହକମାନେ ବର୍ତ୍ତମାନ ଏଜେନ୍ସୀ ଏବଂ ଏଚ୍ପିସିଏଲ୍ର ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଏଚ୍ପି ନବ୍ୟା ୧୦ କେଜି ସିଲିଣ୍ଡର ବୁକ୍ କରିପାରିବେ । ନୂଆ ସଂଯୋଗ ଏବଂ ବୁକିଂ ପାଇଁ ବିଘ୍ନେଶ ଏଚ୍ପି ଗ୍ୟାସ ଏଜେନ୍ସୀ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।