
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ କିରୋଲସ୍କର ପାୱାର ଗ୍ରୀନ୍ ପକ୍ଷରୁ କଷ୍ଟମର ମିଟ୍ କାର୍ଯ୍ୟକ୍ରମ । ସ୍ଥାନୀୟ ହୋଟେଲ ସେଲିବ୍ରେଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଉଣ୍ଡଲେସ୍ ଜେନେରେଟରର ବିଭିନ୍ନ ସୁବିଧା ଓ ବୈଶିଷ୍ଟ୍ୟ ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା । କମ୍ପାନୀର ବରିଷ୍ଠ ଅଧିକାରୀମାନେ ଜେନେରେଟରର ବ୍ୟବହାର, ସୁବିଧା ଓ ଆଧୁନିକ ପ୍ରଯୁକ୍ତି ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ । ସେହିପରି ବଲାଙ୍ଗିର ଜିଲ୍ଲାର ଜଣେ ଗ୍ରାହକ ସାଉଣ୍ଡଲେସ୍ ଜେନେରେଟର ବ୍ୟବହାରର ନିଜ ଅନୁଭୂତି ମଧ୍ୟ ସେୟାର କରିଥିଲେ । କାର୍ଯ୍ୟକ୍ରମରେ କିରୋଲସ୍କର ପାୱାର ଗ୍ରୀନର ଅମର ଅଗ୍ରୱାଲ ଉପସ୍ଥିତ ଥିଲେ । ବଲାଙ୍ଗିରରେ ଏହି ଜେନେରେଟରର ବଜାର ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଥିଲା । ଖୁବଶୀଘ୍ର ବଲାଙ୍ଗିରରେ ଏହାର ଷ୍ଟୋର ଖୋଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।