jayashree

ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜନ୍ମଜୟନ୍ତୀ ଅବସରରେ ଆଜି ଏକ ସାରଗର୍ଭକ ସେମିନାର ଅନୁଷ୍ଠିତ ହୋଇଯାଇଛି । ସେମିନାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ଡ. ସମର ମୁଦାଲି ମୁଖ୍ୟ ଅତିଥି ଏବଂ ସରକାରୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ନୂତନ ଖମାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଙ୍ଗାଧର ମେହେରଙ୍କ ସାହିତ୍ୟ ସାଧନା, ଜୀବନାଦର୍ଶ ଓ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ହରିହର ଦାସଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟାପିକା ଡ. ଦୀପ୍ତିମୟୀ ବେହେରା ମଞ୍ଚ ପରିଚାଳନା କରିଥିଲେ । ବିଭାଗୀୟ ମୁଖ୍ୟ ଡ. ଅପର୍ଣ୍ଣା ଧର ଉପସ୍ଥିତ ଥିଲେ । ଡ. ପିଙ୍କି କର ଓ ରଶ୍ମିତା ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବୈଦେହୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦୀପ୍ତି ରଞ୍ଜନ ମହାନ୍ତି, ପ୍ରାଧ୍ୟାପିକା ଅପର୍ଣ୍ଣା ମହାପାତ୍ର, ଡ. ଦିବ୍ୟକାନ୍ତି ବିଲୁଙ୍ଗଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ଗଙ୍ଗାଧର ମେହେରଙ୍କ ଅମର ସାହିତ୍ୟକୃତି ଓ ଜୀବନାଦର୍ଶକୁ ସ୍ମରଣ କରି ଆୟୋଜିତ ଏହି ଜୟନ୍ତୀ ସମାରୋହ ଏକ ଭାବଗମ୍ଭୀର ଓ ସ୍ମରଣୀୟ ପରିବେଶରେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.