jayashree

ଆଇଟିଆଇ ଓ ପଲିଟେକନିକ୍ ଠାରେ ଯଶୋଦା ଯୋଜନାର ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି ସ୍ଥିତ ଆଇଟିଆଇ ବଲାଙ୍ଗିରର ସଭାଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସରକାରୀ ଆଇଟିଆଇ, ଅରୁଣା ତରଫରୁ ଯଶୋଦା ଯୋଜନା ଉପରେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇ ଟି ଆଇର ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ଅବସରରେ କହିଲେ ଆଇଟିଆଇରେ ଦକ୍ଷତା ବୃଦ୍ଧି ହୋଇଥାଏ, ଏହା ଏକ ନିଯୁକ୍ତି ଭିତ୍ତିକ ଶିକ୍ଷା, ଏହି ପାଠ୍ୟକ୍ରମରେ ନିଜର କ୍ୟାରିଅର ସୃଷ୍ଟି କରି ନିଜେ ମଧ୍ୟ ଉଦ୍ୟୋଗୀ ହୋଇପାରିବେ ବୋଲି ମତାମତ ଦେଇଥିଲେ । ଏହି ଅବସରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଯଶୋଦା ଯୋଜନା ଉପରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ । କାର୍ଯ୍ୟକ୍ରମରେ ଆଇଟିଆଇର ସ୍ୱାଗତିକା ମହାପାତ୍ର, ସୁବାସିନୀ ସାହୁ, ଦୟାନିଧି ବାଗ ପ୍ରମୁଖ ଉପସ୍ଥିତ ହୋଇ ଏହି ଯୋଜନାର ଲାଭ ନେବା ପାଇଁ ବ୍ୟକ୍ତିଗତ ଭାବେ ଏହି ଯୋଜନାକୁ ସାଫଲ୍ୟ ମଣ୍ଡିତ କରି ନିଜେ ଏହାର ଲାଭ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍, ବାଲ୍ୟ ବିବାହ ଆଇନ, ପିସିପିଏନଡିଟି ଆଇନ୍ ଉପରେ ମତାମତ ଦେଇଥିଲେ । କାର୍ଯ୍ୟକ୍ରମରେ ଯଶୋଦା ଯୋଜନାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ନୋଡାଲ ଅଫିସର ତଥା ଅଣ ଆନୁଷ୍ଠାନିକ ଅଧିକାରୀ ସୁଧାଂଶୁ ଶେଖର କୁମ୍ଭାର ଉପସ୍ଥିତ ରହି ଯଶୋଦା ଯୋଜନାର ଆବେଦନ ପ୍ରଣାଳୀ ଉପରେ ଜଣାଇଥିଲେ ଯଥା – ଦରଖାସ୍ତ, ବାର୍ଷିକ ଆୟ ପ୍ରମାଣ ପତ୍ର, ପିତାମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ର, ହିତାଧିକାରୀଙ୍କ ଆଧାର କାର୍ଡ, ମେଟ୍ରିକ ପାସ୍ ଏବଂ ଆଇଟିରେ ପାଠ ପଢୁଥିବା ପ୍ରମାଣ ପତ୍ର, ଫୋଟୋ, ଆଡ଼ମିଶନ ଓ ଅନ୍ୟାନ୍ୟ ଫିଜର ଓରିଜିନାଲ ବିଲ ଲାଗିବ ବୋଲି ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ ଜଣାଇଥିଲେ । ଅନୁରୂପ ଭାବରେ ସରକାରୀ ପଲିଟେକନିକ୍ ବଲାଙ୍ଗିରରେ ସଚ୍ଚିଦାନନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଯଶୋଦା ଯୋଜନା ଉପରେ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସରକାରୀ ପଲିଟେକନିକର ସ୍ମୃତିଲେଖା ସେଠୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମଜିକ କର୍ମୀ ହରିବନ୍ଧୁ ରାଉତ୍, ଚାଇଲ୍ଡ ହେଲ୍ପ ଲାଇନ୍‌ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ କୁମାର ପଧାନ, ଶୁଭମ୍ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.