jayashree

ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ : ବାଇକ ଜବତ, ତିନି କୁଖ୍ୟାତ ଡକାୟତ ଗିରଫ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂଚନା ଆଧାରରେ ବାଲିଗୁଡା ଥାନା ଅଞ୍ଚଳରେ ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ କରିବା ସହ ତିନି କୁଖ୍ୟାତ ଡକାୟତଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ବାଲିଗୁଡ଼ା ପୋଲିସ ୪୨ କିଲୋ ୪୦୦ ଗ୍ରାମ ଚୋରା ଗଞ୍ଜେଇ, ଦୁଇଟି ଦେଶୀ ନିର୍ମିତ ବନ୍ଧୁକ (ଏସ୍‌ବିଏମ୍‌ଏଲ୍‌) ଏବଂ ଦୁଇଟି ମୋଟର ସାଇକେଲ ଜବତ କରିବା ସହ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଳିପଡ଼ା ଗ୍ରାମର ନୀଳାମ୍ବତ ମଲ୍ଲିକ (୨୬), ବୌଦ୍ଧ ଜିଲ୍ଲା ଘଣ୍ଟପଡା ଥାନା ଅନ୍ତର୍ଗତ ବନ୍ଧଗିଡା ଗ୍ରାମର ବୀରେନ୍ଦ୍ର ମଲ୍ଲିକ (୨୦), କେନ୍ଦୁବାଡା ଗ୍ରାମର ରଞ୍ଜିତ ଭୋଇ (୨୧), ଏହି ତିନି ଜଣଙ୍କ ନାମରେ ବାଲିଗୁଡ଼ା ପୋଲିସ ମାମଲା ନଂ ୨୨୬/ ୨୬ ପ୍ରକାରେ ୨୦(ଖ)(ସସ)(ଗ) ଏନ୍‌ଡିପିଏସ୍‌ ଆଇନ/ ଧାରା ୨୫(୧-ଖ)(କ) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଏହି ଘଟଣାରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି ସେନେଇ ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡା ପୋଲିସ ଏସ୍‌ଡିପିଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ତିନି ଅଭିଯୁକ୍ତ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୂର୍ବରୁ ଡକାୟତି ଏବଂ ଡକାୟତିର ବହୁ ମାମଲାରେ ଜଡିତ ଥିବା ଜଣାପଡିଛି ।

Leave A Reply

Your email address will not be published.