
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ବାଲିଗୁଡା ପୋଲିସ ଠାବ କରିଥିଲା । ପୋଲିସ ତଦନ୍ତ ପରେ ମୃତକଙ୍କ ପରିଚୟ ଚିହ୍ନଟ ହୋଇଛି । ମୃତକ ହେଲେ ରବୀନ୍ଦ୍ର ବେହେରା (୪୩) । ତାଙ୍କ ଘର ଟିକାବାଲି ଥାନା ଅଧୀନ ପକାରୀ ଗ୍ରାମରେ ଏବଂ ସେ ଲୋକନାଥ ବେହେରାଙ୍କ ପୁଅ ବୋଲି ଜଣାପଡ଼ିଛି । ପୋଲିସ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରିଚୟ ନିଶ୍ଚିତ କରାଯିବା ପରେ ମୃତଦେହର ପୋଷ୍ଟମର୍ଟମ୍ ପରୀକ୍ଷା କରାଯାଇଥିଲା । ପୋଷ୍ଟମର୍ଟମ ପରେ ଆଇନଗତ ପ୍ରକ୍ରିୟା ଅନୁସାରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।