jayashree

ଲୋଇସିଂହାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଅଗ୍ରସେନ ଭବନ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋଇସିଂହା ଶାଖା ସଭାପତି କମଳ କିଶୋର ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ସଭାପତି ଡ. ସୁବାସ ଚନ୍ଦ୍ର ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଅନିଲ ମୋଦୀ, ରାଜ୍ୟ ଉପ ସଭାପତି ସଞ୍ଜୟ ଅଗ୍ରୱାଲ, ଉପସଭାପତି ସତ୍ୟ ନାରାୟଣ ଗୁପ୍ତା, ଜୋନାଲ ଉପସଭାପତି ପ୍ରକାଶ ଗୋୟଲ୍, ରାଜ୍ୟ ଆଇପିପି ନକୁଲ ଅଗ୍ରୱାଲ, ରାଜ୍ୟ ସାଧାରଣ ସମ୍ପାଦକ କିଶନ ଲାଲ ଅଗ୍ରୱାଲ, ରାଜ୍ୟ ଆଇପି ସଭାପତି ଦିନେଶ ଅଗ୍ରୱାଲ, ରାଜ୍ୟ କୋଷାଧ୍ୟକ୍ଷ ନରେନ୍ଦ୍ର ଜୈନ, ସଂଗଠନ ଉପସଭାପତି ଗଜାନନ ଅଗ୍ରୱାଲ, ମିଡ଼ିଆ ସଂଯୋଜକ ପବନ ବଂଶଲ୍ ଓ ମୋହନ ଲାଲ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ସ୍ଵକୀୟ ବକ୍ତବ୍ୟରେ ସମାଜର ଉନ୍ନତି ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ ନାରାୟଣ ଅଗ୍ରୱାଲ ସଭା ସଂଯୋଜନା କରିଥିବା ବେଳେ ଲୋଇସିଂହା ଶାଖା ସମ୍ପାଦକ କୈଳାସ କୁମାର ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ବଲାଙ୍ଗିର, ଟିଟିଲାଗଡ, ଟିଟିଲାଗଡ ମହିଳା ସମିତି, ସଇଁତଲା, ତୁଷରା, ବିନିକା, ସୋନପୁର, ତରଭା ଓ ଲୋଇସିଂହା ମାରୱାଡ଼ି ସମାଜ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.