jayashree

ବେଆଇନ କଫ ସିରଫ ଜବତ : ତିନି ଜଣ ଯୁବକ ଗିରଫ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ଡୁଙ୍ଗୁରିପାଲି ଶିବାନନ୍ଦପଡ଼ାର ରିଜେ ସେଠ (୩୨), ଡୁଙ୍ଗୁରିପାଲି ବ୍ଲକ କଲୋନୀର ସରୋଜ ଥନାପତି(୩୪) ଏବଂ ବନ୍ଧପାଲି ଗ୍ରାମର ଶାନ୍ତନୁ ଭୁଏ(୨୬)ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ, ଶନିବାର ଡୁଙ୍ଗୁରିପାଲି ପୋଲିସ କଫ୍‌ ସିରଫ ଚାଲାଣ ହେଉଥିବା ନେଇ କୌଣସି ସୁତ୍ରରୁ ଖବର ପାଇବା ମାତ୍ରେ ପୋଲିସର ଏକ ଟିମ୍‌ ଡୁଙ୍ଗୁରିପାଲି -ରାମପୁର ରୋଡ ରାସ୍ତା ଶ୍ମାଶାନ ଘାଟ ନିକଟରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ୩ ଜଣ ଯୁବକଙ୍କୁ ଅଟକାଇ ତାଙ୍କ ପାଖରୁ ୩୧ଟି କଫ୍‌ ସିରଫ ବୋତଲ ଓ ୪ ଲିଟର ତରଳ କଫ୍‌ ସିରଫ ଜବତ କରି ୩ଜଣ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବାଇକ୍‌, ୨ଟି ମୋବାଇଲ ଫୋନ୍‌ ସହ ନଗଦ ୮ହଜାର ୨୪୦ ଟଙ୍କା ପୋଲିସ ଜବତ କରିଛି । ଏନେଇ ପୋଲିସ ଏକ ମାମଲା (ନଂ .୨୧୫/୨୬) ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକରୀ ରୋଜାଲିନ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.