
ସଇଁତଲା, (ଖୁସିରାଣୀ ସାହୁ) : ବୁଢ଼ାରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କରମତଲାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଦ୍ୱିତୀକ୍ରିଷ୍ଣ ପଧାନ ଗୁରୁଦିବସର ଉଦ୍ଦେଶ୍ୟ ସହିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ଉପଦେଶ ଦେଇଥିଲେ । ଅଧ୍ୟାପକ ଛନ୍ଦା ଚରଣ ସେଠ୍, ସୁରେଶ ଚନ୍ଦ୍ର ପଧାନ, ସୁଜିତ୍ ଦ୍ୱାରୀ, ଜଗାନନ୍ଦ ପଧାନ ଅଧ୍ୟାପିକା ଜ୍ୟୋତିର୍ମୟୀ ବାରିକ ଓ ରଶ୍ମିତା ବେମାଲ ଗୁରୁ ଦିବସ ଉପରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ସହିତ ଉପଦେଶ ପ୍ରଦାନ କରିଥିଲେ । ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ଆରତୀ ପରଡିଆ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଛାତ୍ର ରଞ୍ଜନ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।