jayashree

ଐତିହାସିକ ପ୍ରଫେସର ଡକ୍ଟର ବିସି ରାୟଙ୍କ ଇତିହାସ ଗବେଷଣା ଥିଲା ପାଇକ ବିଦ୍ରୋହ-୧୮୧୭, ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମହାମନ୍ତ୍ର : ମୁଖ୍ୟ ଅତିଥି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ସାହିତ୍ୟ ଏକାଡେମୀ, ବିଶ୍ଵମୁକ୍ତି ଏବଂ ଡେଲାଙ୍ଗ ବିକାଶ ପରିଷଦ ମିଳିତ ଆନୁକୂଲ୍ୟରେ କେପିପି ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ହେରିଟେଜ ହଲ୍ ଠାରେ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ତିଥିରେ ଐତିହାସିକ ପ୍ରଫେସର ଡ. ଭବାନୀ ଚରଣ ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କରି ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ ଓ ସମ୍ପାଦକ ପ୍ରଫେସର ଶଶାଙ୍କ ଚୂଡ଼ାମଣି ତାଙ୍କ ବକ୍ତବ୍ୟରେ ଐତିହାସିକ ପ୍ରଫେସର ଡକ୍ଟର ଭବାନୀ ଚରଣ ରାୟଙ୍କ ସୂକ୍ଷ୍ମଦର୍ଶୀ ଇତିହାସ ଗବେଷଣା ହିଁ ପାଇକ ବିଦ୍ରୋହ ୧୮୧୭, ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ମହାମନ୍ତ୍ର ବୋଲି ପ୍ରକାଶ କରିବା ସହ ତାଙ୍କର ସୃଜନ ଦର୍ଶନ ହିଁ ଭାରତୀୟ ଇତିହାସକୁ ନୂଆ ମୋଡ଼ ଦେଇଛି । ପ୍ରବୀଣ ଐତିହାସିକ, ପ୍ରଫେସର ଭବାନୀ ଚରଣ ରାୟଙ୍କ ଜନ୍ମ ପୁରୀ ଜିଲ୍ଲା ଡେଲାଙ୍ଗ ନିକଟସ୍ଥ ଜଗବଳପୁର ଗ୍ରାମରେ ୧୯୨୧ ମସିହା ଜନ୍ମାଷ୍ଟମୀ ତିଥିରେ ହୋଇଥିଲା । ତାଙ୍କର ଜୀବନୀ, ଆଦର୍ଶ, ଗବେଷଣା, ପୁସ୍ତକ ସମ୍ବନ୍ଧରେ ଏକ ଦିବସୀୟ ଆଲୋଚନା ଚକ୍ର ଇତିହାସ ଓ ଅସ୍ମିତା ଶୀର୍ଷକ ଓ କବିତା ପାଠୋତ୍ସବ ଶିକ୍ଷାବିତ୍ ପ୍ରମୋଦ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ରାୟଙ୍କ ଜୟନ୍ତୀ ସମାରୋହରେ ଓଡିଶା ସାହିତ୍ୟ ଏକାଡେମୀର ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଓ ସମ୍ମାନୀୟ ଅତିଥି ଭାବେ ଇତିହାସ ଗବେଷକ ଡଃ. ସୁବାସ ଚନ୍ଦ୍ର ବାରିକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଇତିହାସବିତ୍ ଡଃ. କୈଳାସ ଚନ୍ଦ୍ର ଦାସ ଓ ସମ୍ମାନିତ ବକ୍ତା ଭାବେ ଅଧ୍ୟାପକ ଡମ୍ବରୁଧର ଛୁଆଳସିଂହ ଯୋଗଦେଇ ଡଃ. ବିସି ରାୟଙ୍କ ଓଡ଼ିଆ ଭାଷା ସାହିତ୍ୟ ପାଇଁ ବଳିଷ୍ଠ ଅବଦାନ ଓ ଓଡ଼ିଆ ଇତିହାସରେ ଛାଡ଼ିଯାଇଥିବା ମାର୍ଗଦର୍ଶନ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ପିପିଲି, କଣାସ, ଗାଦିବ୍ରହ୍ମ ଡେଲାଙ୍ଗ ଓ ଦୟାବିହାର ମହାବିଦ୍ୟାଳୟରୁ ଯୋଗଦେଇଥିବା କୃତି ଇତିହାସ ଛାତ୍ରଛାତ୍ରୀମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା । ବିଶ୍ଵମୁକ୍ତି ଦ୍ୱାରା ହିନ୍ଦୀ ପତ୍ରିକାକୁ ଲୋକାର୍ପିତ କରିଥିଲେ ମଂଚାସୀନ ଅତିଥ୍ୟା । ପରେ ପରେ ରାଜ୍ୟରୁ ଯୋଗଦେଇଥିବା ୫୦ରୁ ଅଧିକ ବିଶିଷ୍ଟ କବି ମାନଙ୍କ ଦ୍ୱାରା କବିତା ପାଠ ଉତ୍ସବ ହୋଇଥିଲା କବିତା ଆସରକୁ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ସଭାମୁଖ୍ୟା ଭାବେ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଶିଶୁ ସାହିତ୍ୟିକ ଡ. ହେମନ୍ତ କୁମାର ଛୋଟରାୟ ଆଜିର ଦିବସ ଓ ପ୍ରଫେସର୍ ବିସି ରାୟଙ୍କ ସ୍ମୃତି ଚାରଣ କରିଥିଲେ । କବି ଅଜୟ କୁମାର ବଳିୟାର ସିଂହ ଓ କବୟିତ୍ରୀ ସରୋଜିନୀ ଜେନା କବିତା ସଂଯୋଜନା କରିଥିଲେ । ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ପ୍ରୋତ୍ସାହନ ରାଶି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ ଓ କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ବିଶ୍ୱମୁକ୍ତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସବିତା ଦାସ ଅତିଥିମାନଙ୍କୁ ସମ୍ବନ୍ଧିତ କରିଥିଲେ ।

Leave A Reply

Your email address will not be published.