
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଲାୟନ୍ସ କ୍ଲବର ସଭାପତି ସୋମ୍ୟଜିତ ପାଢ଼ୀଙ୍କ ସଭାପତିତ୍ୱରେ ଆଜି ମହାଆଡମ୍ବରରେ ଗୁରୁ ଦିବସ ପାଳନ କରାଯାଇଥିଲା । ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇଜଣ ପୂର୍ବତନ ଅବସର ପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ମହାନ୍ତି ଓ ଦ୍ୱାଦଶ କୁମାର ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଉପଲକ୍ଷେ ଶିକ୍ଷକ କବି ତଥା ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଓ ଦ୍ୱାଦଶ ପ୍ରଧାନ ଗୁରୁ ଦିବସର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ବେଣୁ ମାଧବ ଦୋରା, ଚିତ୍ତ ରଞ୍ଜନ ଦାଶ, ବିଷ୍ଣୁ ନାରାୟଣ ଦୋରା, ପ୍ରକାଶ ସାହୁ, ଶ୍ରୀମତୀ ସନ୍ତୋଷିନୀ ଦାଶ, ଶ୍ରୀମତୀ ଭାରତୀ ପଟ୍ଟନାୟକ, ପ୍ରୀତମ୍ ମେହର ଓ ଅନ୍ୟାନ୍ୟ ସଭ୍ୟସଭ୍ୟା ଯୋଗଦାନ କରିଥିଲେ । ରାଜେନ୍ଦ୍ର କୁମାର ମେହର ଧନ୍ୟବାଦ ଅର୍ପଣ କରିଥିଲେ ।