jayashree

ମେଲଛାମୁଣ୍ଡା ଗାଁର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବିରଞ୍ଚି ନାରାୟଣ ସାହୁଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗାଁର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ବିରଞ୍ଚି ନାରାୟଣ ସାହୁଙ୍କ ୮୬ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦାନ୍ତ ଡାକ୍ତର ପ୍ରଣବ ସାହୁଙ୍କ ପିତା ଥିଲେ । ଆଜି ସକାଳ ପ୍ରାୟ ୭ଟା ସମୟରେ ପଦ୍ମପୁର ସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ବିରଞ୍ଚି ନାରାୟଣ ସାହୁ ଦୀର୍ଘ ଦିନ ଧରି ଶିକ୍ଷକତା ବୃତ୍ତିରେ ନିଷ୍ଠାର ସହ ସେବା ପ୍ରଦାନ କରି ଜଣେ ଆଦର୍ଶ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କ ସରଳ ଓ ମିଷ୍ଟଭାଷୀ ସ୍ୱଭାବ ପାଇଁ ସେ ଅଞ୍ଚଳରେ ମଧ୍ୟ ପରିଚିତ ଥିଲେ । ତାଙ୍କ ବିୟୋଗରେ ମେଲଛାମୁଣ୍ଡା ଗାଁ ସମେତ ପରିବାର, ଆତ୍ମୀୟସ୍ୱଜନ, ପୂର୍ବତନ ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ପଦ୍ମପୁର ସ୍ଥିତ ଲକ୍ଷ୍ମୀନାରାୟଣ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି ।

Leave A Reply

Your email address will not be published.