jayashree

ବୁଲା ଗାଈଗୋରୁଙ୍କ ପାଇଁ ଚିନ୍ତାରେ ଚାଷୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଅଞ୍ଚଳରେ ବୁଲା ଗାଈଗୋରୁଙ୍କ ପାଇଁ ଚିନ୍ତାରେ ଚାଷୀ ଅଛନ୍ତି । ଏବେ ଖରିଫ ଚାଷର ସମୟ । ଚାଷୀମାନେ ନିଜ ଜମିରେ ବିଭିନ୍ନ ପ୍ରକାରର ଚାଷ କରିଛନ୍ତି । ଏହି ଚାଷକୁ ବୁଲା ଗାଈ, ଗୋରୁ ନଷ୍ଟ କରି ଦେଉଛି । ସେଥିପାଇଁ ଏବେ ଚିନ୍ତାରେ ଅଛନ୍ତି ଚାଷୀ । ସେଥିପାଇଁ ଯଥାଶୀଘ୍ର ଏଇ ବୁଲା ଗାଈଗୋରୁ ମାନଙ୍କ ଥଇଥାନ କରାଯାଉ ଏବଂ ଯେଉଁମାନେ ଗାଈଗୋରୁ ନ ଚରାଇ ଛାଡି ଦେଉଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସିନ୍ଧେକେଲା ଅଞ୍ଚଳର ଚାଷୀମାନେ ଦାବି କରୁଛନ୍ତି ।

Leave A Reply

Your email address will not be published.