jayashree

ଡ. ନବୀନ କୁମାର ସାହୁଙ୍କ ସ୍ମୃତି ଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଡ. ନବୀନ କୁମାର ସାହୁଙ୍କ ୪୨ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ଚାରଣ ସଭା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତା ସାଧାରଣ ସମ୍ପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ଗବେଷକ ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ଇତିହାସକୁ ଡ. ନବୀନ କୁମାର ସାହୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଡ. ସାହୁଙ୍କ ସହ ପ୍ରଗତି ଉତ୍କଳ ସଂଘର ସମ୍ପର୍କ ଓ ପରବର୍ତ୍ତୀ ପିଢ଼ି ପାଇଁ ତାଙ୍କର ମୂଲ୍ୟବୋଧ ଭିତ୍ତିକ ରଚିତ ପୁସ୍ତକ ସମ୍ପର୍କରେ ଆଲୋଚନା ସହ ଓଡ଼ିଶା ଇତିହାସକୁ ଏକ ନିର୍ଦ୍ଦିଷ୍ଟ ରୂପରେଖ ଦେବାରେ ନବୀନ ସାହୁଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମତ ରଖିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସ୍ୱାଇଁ ସ୍ୱାଗତ ଭାଷଣ ସହ ଡ. ସାହୁଙ୍କ ସଂଘ ପ୍ରତି ଅବଦାନ ଓ ସାଧାରଣ ସମ୍ପାଦକ ଶ୍ରୀ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ଅର୍ଚ୍ଚନା ପାତ୍ର ଓ ସଞ୍ଜୀବ କୁମାର ଭୋଇଙ୍କ ସଂଯୋଜନାରେ ନୃସିଂହ ଚରଣ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ଧୋବେଇ ବେହେରା, ସସ୍ମିତା ପ୍ରଧାନ, ଆଲୋକ ବୋଷ, ପରେଶ ବିଶ୍ୱାଳ, ଅକ୍ଷୟ ସାମଲ, କାଶିନାଥ ପାତ୍ର, ମନୋରଞ୍ଜନ ମଣ୍ଡଳ, ରଶ୍ମି ସାହୁ, ଡ଼ଲି ରାଣୀ ବ୍ରହ୍ମା, ସ୍ମିତା ମିଶ୍ର, ଚିତ୍ତରଞ୍ଜନ ବ୍ରହ୍ମା ଓ ସଂଯୋଜକ ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ସହ ସଂପାଦକ ଲକ୍ଷ୍ମଣନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘନଶ୍ୟାମ ଧଳ, ଅରବିନ୍ଦ ପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଇନ୍ଦ୍ରମଣି ମହାପାତ୍ର, ବରୁଣ ନାହାକ, ନାରାୟଣ ଦଳାଇ, ଆରତୀ ଚୌଧୁରୀ, ପ୍ରବୀର କୁମାର ଦୁବେ, ଅଜୟ ଗୋସ୍ୱାମୀ, ପ୍ରଦୀପ କୁମାର ପଟ୍ଟନାୟକ, ଧରଣୀଧର ସାମଲ, କିଶୋରୀ ମୋହନ କର, ପ୍ରସନ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.