
ରାଉରକେଲା, (ସସ୍ମିତା ପ୍ରଧାନ) : ବାଳ ସୁଧାର ଗୃହ ରାଉରକେଲାରେ କୃତୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ପ୍ୟାରେଡ, ଚିତ୍ରାଙ୍କନ, ବିତର୍କ, ନୃତ୍ୟ, ହସ୍ତଶିଳ୍ପରେ ଭାଗ ନେଇଥିବା ଅନ୍ତେବାସୀଙ୍କୁ ସ୍ମାରକୀ ଦିଆଯାଇଥିଲା । ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିବା ସୁନ୍ଦରଗଡ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା, ସରକାରୀ ହାଇସ୍କୁଲ ଡେଭଲପ ଏରିଆର ପ୍ରଧାନ ଶିକ୍ଷକ ଅମରନାଥ ମିଶ୍ର, ଉଦିତନଗର ସରକାରୀ ହାଇସ୍କୁଲର ସଂସ୍ଥାପନ ବିଭାଗ ଦାୟିତ୍ୱରେ ଥିବା ପୂର୍ଣ୍ଣିମା ତିୱାରୀ, ଉଦିତନଗର ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନୈନା କୁଜୁର ଓ ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ସୁପ୍ରଭାତ ବେହେରାଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ ଓ ଅନ୍ତେବାସୀଙ୍କ ତିଆରି ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । SICS ମାଟ୍ରିକରେ କୃତକାର୍ଯ୍ୟ ୫ ଜଣ ଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ କ୍ଲବ ସଭାପତି ଡ. ସରିତା ମଲ୍ଲ, ସମ୍ପାଦିକା ନମିତା ଆଚାର୍ଯ୍ୟ, ଉପସଭାପତି ଲଳିତା ମୁଦୁଲି, ନିବେଦିତା ମହାନ୍ତି, ପ୍ରତିଭା ଦେବୀ ଓ ଦିଲୀପ ଭୁଇଁ ଉପସ୍ଥିତ ଥିଲେ ।