
ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସର ଗୌରବମୟ ଅବସରରେ ବିଶିଷ୍ଟ ଓଡ଼ିଆ ଲେଖକ ଡ. ସଞ୍ଜୟ କୁମାର ମିଶ୍ର ତାଙ୍କ ଚର୍ଚ୍ଚିତ ଗଳ୍ପ ସଂକଳନ ‘ସାପ ପେଟର ଆକାଶ’ ପାଇଁ ପ୍ରତିଷ୍ଠିତ ‘ଗାୟତ୍ରୀ ସରାଫ ଗଳ୍ପ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ସମକାଳୀନ ଓଡ଼ିଆ ସାହିତ୍ୟରେ ଡ. ମିଶ୍ରଙ୍କ ଗଳ୍ପ ମାନବୀୟ ସମ୍ବେଦନା, ସାଧାରଣ ମଣିଷର ଜୀବନ ସଂଘର୍ଷ, ଦୁଃଖ, ସ୍ୱପ୍ନ ଓ ସାମାଜିକ ବାସ୍ତବତାକୁ ଅତ୍ୟନ୍ତ ସଜୀବ ଭାବରେ ଉପସ୍ଥାପନ କରେ । ସାପ ପେଟର ଆକାଶ’ ମଧ୍ୟ ମଣିଷ ଜୀବନର ଅନେକ ଅକୁହା କଥା ଓ ଅନୁଭବକୁ ସ୍ପର୍ଶ କରିଥିବା ଏକ ଉଲ୍ଲେଖନୀୟ ଗଳ୍ପ ସଂକଳନ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭଳି ଏକ ଗୌରବମୟ ଅବସରରେ ଏହି ସମ୍ମାନ ପାଇବା ଡ. ସଞ୍ଜୟ କୁମାର ମିଶ୍ରଙ୍କ ସାହିତ୍ୟ ସାଧନା ପାଇଁ ଏକ ଗର୍ବର ବିଷୟ । ଏହି ସମ୍ମାନ ତାଙ୍କ ସୃଜନଶୀଳ ଯାତ୍ରାକୁ ଆହୁରି ଉତ୍ସାହିତ କରିବ ବୋଲି ଆଶା ।