jayashree

ତହଁକ୍ କୁଟୁମ୍‌ର ହଜ୍‌ଲା ରସ୍‌, ନୁର୍‌ମା ଆସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିକଟସ୍ଥ ଦେଉଲଗାଁ ଠାରେ, କୋଶଲି ଭାଷାର କଳା ସଂସ୍କୃତିର ବିକାଶ ପାଇଁ ତହଁକ କୁଟୁମ୍‌ର ଏକ ଭିନ୍ନ ପ୍ରୟାସ, “ହଜ୍‌ଲା ରସ୍‌ ନୁର୍‌ମା ଆସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆମ ଅଞ୍ଚଳରେ ହଜି ଯାଉଥିବା କୋଶଲି ଟପା ଦାଏକା, ବଖାନି, ହଲିଆଗୀତ, ଲୀଳା ନାଟକ, ଖଞ୍ଜଣୀ ବାଦ୍ୟ ଆଦି ବହୁ ଲୋକ କଳାକାର, ବଲାଙ୍ଗିର ବୌଦ୍ଧ, ବରଗଡ ସୋନପୁର ଅଞ୍ଚଳରୁ କବି କଳାକାର ଆସି ତାଙ୍କ କଳା ପ୍ରଦର୍ଶନ କରିଥିଲେ ଏବଂ ଏହି ଅଞ୍ଚଳର ଲୋକକଳାକୁ ଆଗାମୀ ଦିନରେ ବଞ୍ଚାଇ ରଖି ପ୍ରଚାର ପ୍ରସାର କରିବା ପାଇଁ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ସୁଶୀଲ ଗୁରୁ, ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖିଆ ସଂପାଦକ ଅର୍ଜୁନ କୁମାର ସାହୁ, କବି ଗୟାଧର ପଟେଲ, ଆଶୁକବି ଗରିବ ମଲ୍ଲିକ, କବି କିଶୋର ପଟେଲ, ପୃଥିରାଜ ସିଂ ଦେଓ, ଠଣସୁନ୍ଦର ରଥ ମଞ୍ଚାସୀନ ହୋଇ ଆମ ଭାଷା ସଂସ୍କୃତି କୁ ବଞ୍ଚାଇବାକୁ ହେଲେ ଆଧୁନିକତା ସହ ଆମର ଲୋକକଳାକୁ ମଧ୍ୟ ଯୋଡ଼ିବାକୁ ହେବ ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଦଣ୍ଡ କଳାକାର ଗିରିଧାରୀ ମଟାରୀ ତାଙ୍କ କଳା ମାଧ୍ୟମରେ ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲେ । ସେପରି ସନ୍ତୋଷ ସ୍ଵାଇଁ ଛଟକା ବଖାନି କହି ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ । ଗିରିଶ ପାତ୍ର ଏହି କାର୍ଯ୍ୟକ୍ରମରେ ଦେଉଳ ଗାଁ ଧବଳେଶ୍ଵର ବାବା ବୋଲବମ୍ କମିଟିର ରାଜୀବ ଲୋଚନ ଦାସ, ତପନ କୁମାର ସାହୁ, ଉମାକାନ୍ତ ଜୁଆଡି, ଜୟ ବିଶ୍ୱାଳ, ଅଞ୍ଜନ ସାହୁ, ଦୁଷ୍ମନ୍ତ ସାହୁ, ମଣି ସିଂଦେବ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରସନ୍ନ ଗଡ଼ତିଆ ସଂଯୋଜନା କରିଥିବା ବେଳେ ମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.