
ରାଉରକେଲା/ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଇଣ୍ଡିଆ ଇଣ୍ଡିଭିଜୁଆଲ ଏକ୍ସଲେନ୍ସ ଆୱାର୍ଡ଼ କାର୍ଯ୍ୟକ୍ରମ ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ଶିବାନନ୍ଦ ବାରିକ ଓ ଅନୁଷ୍କା ଚଟ୍ଟୋପଧ୍ୟାୟ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସିନେ ପ୍ରଯୋଜକ ତଥା ଖୋର୍ଦ୍ଧା ପାଇକ ଆଖଡ଼ା ସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ, ହାଇଦ୍ରାବାର ସମାଜସେବୀ ଆର. ଆର. ସୁଧାକର, ଜେ. ଗୋପାଲ ରେଡ୍ଡୀ, ସମାଜସେବୀ ସୁରେଶ ପଣ୍ଡା, ବୈଜ୍ଞାନିକ ତଥା ଓଡ଼ିଶା ଆନ୍ତର୍ଜାତୀୟ ସୋସାଇଟିର ସାଧାରଣ ସମ୍ପାଦକ ଉମାକାନ୍ତ ଜେନା, ଶିକ୍ଷାବିତ କାମିନୀ ନାୟକ, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ମଞ୍ଜୁଳା ତ୍ରିପାଠୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶୀଦାର ହୋଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଅନ୍ୟ ମାନଙ୍କ ପାଇଁ ଏହା ଉଦାହରଣ ବୋଲି ମତ ରଖିଥିଲେ । ନିଜେ ଖୁସି ରହିବା ଓ ଅନ୍ୟକୁ ଖୁସି ବାଣ୍ଟିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ତ୍ୟାଗ, ତପସ୍ୟା, ବିଭିନ୍ନତା ମଧ୍ୟରେ ଏକତା, ଭାଇଚାରା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ବିଭିନ୍ନ ବ୍ୟକ୍ତି, ଅନୁଷ୍ଠାନକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଦିତ କୁମାର ମହାନ୍ତି ଓ ସୁର ଝଙ୍କାରର ସଦସ୍ୟାମାନେ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ଗୁରୁ ଅଜୟ କୁମାର ପାଳ ଓ ତବଲାରେ ଓରିଆ ନାହାକ ତଥା କାର୍ଯ୍ୟକ୍ରମ ପରିଚାଳନାରେ ଜ୍ୟୋସ୍ନାରାଣୀ ପଣ୍ଡା, ବେବିନା ପଟ୍ଟନାୟକ, ସଂଯୁକ୍ତା ଷଡ଼ଙ୍ଗୀ, କାର୍ତ୍ତିକେଶ୍ୱର ନନ୍ଦ, ଉଦ୍ଧବ ପଧାନ, ଧନଞ୍ଜୟ ଧୋବା, ମୀନା ଦାସ, ସୌଦାମିନୀ ଦାଶ, ପ୍ରଶାନ୍ତ ଶତପଥୀ, ମାମାଲି ସାହୁ, ସ୍ମୃତି ସିଂ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।