
ରାଉରକେଲା, (କେପିଏନ୍ଏସ୍) : ଆଜି ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀଙ୍କୁ ବିଜେଡି ସଂଖ୍ୟାଲଘୁ ସେଲ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ । ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଅତ୍ୟନ୍ତ ଆନ୍ତରିକତାର ସହିତ କାର୍ଯ୍ୟ କରିବେ ଏହି ସମୟରେ ବିଧାୟକଙ୍କ ସହ ଯୁବନେତା ସୋମନାଥ ରାହା, ବିଧାୟକ ଆଇନ ପରାମର୍ଶଦାତା ତଥା ଛାତ୍ର ନେତା ଏମ୍ଡି ଆଜାଜ ଆଲାମ, ଏମ୍ଡି ସାକିବ ରଜା ଉପସ୍ଥିତ ଥିଲେ ।