ସୁପାରି ଦେଇ ଝିଅକୁ ଜୀବନ୍ତ ଜାଳିଦେଲା ବାପା, ହତ୍ୟା ପାଇଁ ଦେଇଥିଲା ଦେଢ଼ ଲକ୍ଷ

ଗୋରଖପୁର : ବାପା ହିିଁ ଝିଅର ପ୍ରଥମ ରକ୍ଷକ ସାଜିଥାଏ । କିନ୍ତୁ ଏଠି ରକ୍ଷକ ଭକ୍ଷକ ସାଜିଥିବା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ଗୋରଖପୁରରେ ଜଣେ ପିତା ନିଜ ଝିଅକୁ ସୁପାରି ଦେଇ ଜୀବନ୍ତ ଜାଳି ଦେଇଥିବା ଖବର ମିଳିଛି। ଝିଅର ଦୋଷ ଥିଲା ଯେ, ସେ ଅନ୍ୟ ଧର୍ମର ପୁଅକୁ ଭଲ ପାଉଥିଲା ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲା । ହତ୍ୟା ଅଭିଯୋଗରେ ପୋଲିସ ଝିଅର ବାପା, ଭାଇ ଏବଂ ଭାଉଜଙ୍କୁ ଜେଲକୁ ପଠାଇଛି । ସିସିଟିଭି ଫୁଟେଜରୁ ଝିଅକୁ ହତ୍ୟା କରିବାର ଷଡଯନ୍ତ୍ର ନିଶ୍ଚିତ ହୋଇଛି ।

ସନ୍ଥ କବୀର ନାଗରର ଏସପି ଡ. କୌସ୍ତୁଭ କହିଛନ୍ତି ଯେ, ହତ୍ୟାକାଣ୍ଡର କାରଣ ହେଉଛି ତାଙ୍କ ଝିଅ ପଡୋଶୀ ଜାଭେଦ୍ ନାମକ ଜଣେ ବ୍ୟକ୍ତିଙ୍କୁ ଭଲ ପାଉଥିଲେ ଏବଂ ତାଙ୍କ ସହ ରହିବାକୁ ଚାହୁଁଥିଲେ । ଯୁବତୀ ଜଣକ ଜାଭେଦ୍ ସହ ଘରୁ ମଧ୍ୟ ଚାଲିଯାଇଥିଲା ଏବଂ ପୋଲିସ ସେମାଙ୍କୁ ଉଦ୍ଧାର କରିଥିଲା । ପରିବାରବର୍ଗ ଉପରୋ‌କ୍ତ ପ୍ରେମିକ ପ୍ରେମିକା‌ଙ୍କ ବିବାହ ଚାହୁଁ ନଥିଲେ । ଶେଷରେ ପରିଣାମ ଏମିତି ମୋଡ଼କୁ ଆସି ପହଂଚିଛି । ବାପା ସୁପାରି ଦେଇ ଜୀଅ‌ନ୍ତା ଜାଳି ଦେଇଛି ଜ‌ନ୍ମ କଲା ଝିଅକୁ ।

Leave A Reply

Your email address will not be published.