jayashree

ଅଲେଖ ମହିମା ଚଉଦ୍ୱାର ଆଶ୍ରମରେ ନୂଆଖାଇ ବହୁତ ଧୁମ୍‌ଧାମ୍‌ରେ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ସ୍ୱର୍ଗତ ସାଧୁ ଗୋବର୍ଦ୍ଧନ ଦାସଙ୍କ ଦ୍ୱାରା ସ୍ଥାପିତ ଅଲେଖ ମହିମା ଚଉଦ୍ୱାର ଆଶ୍ରମରେ ନୂଆଖାଇ ବହୁତ ଧୁମ୍‌ଧାମ୍‌ରେ ପାଳନ ହୋଇଯାଇଛି । ଏଥିପାଇଁ ପ୍ରଥମେ ଗୁରୁବାର ଦିନ ସନ୍ଧ୍ୟାରେ ମଠାଧୀଶ ସାଧୁ ପରମାନନ୍ଦ ଦାସଙ୍କ ନେତୃତ୍ୱରେ ଅଖଣ୍ଡ ବ୍ରହ୍ମ ଧ୍ଵନି ପ୍ରଜ୍ୱଳନ କରି ସଂସାରର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା । ଏହାପରେ ଆର ଦିନ ସକାଳୁ ସମସ୍ତ ସାଧୁ, ଭକ୍ତ ଓ ମାତାମାନେ ବ୍ରହ୍ମ ମୂହୁର୍ତ୍ତରୁ ଉଠି ନିଜ ନିତ୍ୟକର୍ମ ସାରି ପରମବ୍ରହ୍ମ ଗୁରୁ ଗୋସ୍ୱାମୀଙ୍କୁ ନୂଆ ଅନ୍ନ ଟେକିଥିଲେ । ଏହା ପରେ ସମସ୍ତେ ମିଶି ନବାନ୍ନ ଭକ୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଖଆଖ ଦୂର ଦୂରାନ୍ତରୁ ବହୁତ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ନାରାୟଣ ଭକ୍ତ, ରୁତୁରାଜ ଭକ୍ତ, ସାଧୁ ହର୍ଷ ମଣି ଦାସ, ସହଦେବ ଭକ୍ତ, ଲୋକନାଥ ଭକ୍ତ, ମିଥୁନ ଭକ୍ତ, ପ୍ରତାପ ଭକ୍ତ, ବଂଶୀ ଭକ୍ତ, କୁଶ ଭକ୍ତ, ନନ୍ଦ ଲାଲ ଭକ୍ତ ଓ ଅନ୍ୟମାନେ ।

Leave A Reply

Your email address will not be published.