jayashree

ବଲାଙ୍ଗିର ପୌର ପରିଷଦର ସୁରକ୍ଷାର ସାକ୍ଷୀ ରାକ୍ଷୀ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନିଆରା ଢଙ୍ଗରେ ପାଳିତ ହୋଇଛି ରକ୍ଷାବନ୍ଧନ । ସଫେଇ କର୍ମଚାରୀମାନଙ୍କ ପାଇଁ ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇଛି “ସୁରକ୍ଷାର ସାକ୍ଷୀ–ରାକ୍ଷୀ” କାର୍ଯ୍ୟକ୍ରମ । ରାକ୍ଷୀ ବାନ୍ଧି ସଫେଇ କର୍ମଚାରୀଙ୍କ ପ୍ରତି ଜଣାଯାଇଛି ସମ୍ମାନ ଓ କୃତଜ୍ଞତା । ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା “ସୁରକ୍ଷାର ସାକ୍ଷୀ–ରାକ୍ଷୀ” କାର୍ଯ୍ୟକ୍ରମ । ଏଥିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ସମସ୍ତ କାଉନସିଲର ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ସହରକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ଦିନରାତି ନିଜ ଦାୟିତ୍ୱ ତୁଲାଉଥିବା ସଫେଇ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧି ସମ୍ମାନିତ କରାଯାଇଥିଲା । ରକ୍ଷାବନ୍ଧନର ଏହି ଅବସରରେ ସଫେଇ କର୍ମଚାରୀଙ୍କ ପ୍ରତି ସମ୍ମାନ, ସ୍ନେହ ଓ କୃତଜ୍ଞତାର ଏକ ନିଆରା ବାର୍ତ୍ତା ଦେଇଛି ବଲାଙ୍ଗିର ପୌର ପରିଷଦ ।

Leave A Reply

Your email address will not be published.