ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ : ଥାନାରେ ଅଭିଯୋଗ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଶ୍ରୀମତୀ ରାଣା ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ଉତ୍ତର ଏଭନ୍ୟୁସ୍ଥିତ ତାଙ୍କର ଫ୍ଲାଟ୍‌ରେ ଧମକ ପତ୍ର ଛାଡ଼ିଛି । ପତ୍ରରେ ଅପମାନଜନକ ଭାଷାର ବ୍ୟବହାର କରାଯାଇଛି । ପତ୍ରରେ ଲେଖାଯାଇଛି ଯେ, ଯଦି ସଂସଦରେ ଶିବସେନା ବିରୋଧରେ କିଛି ବୟାନ ଦିଅନ୍ତି, ତା’ହେଲେ ଫଳ ଭୋଗିବାକୁ ପଡ଼ିବ । ରାଣାଙ୍କ ଅଭିଯୋଗ ପରେ ପୋଲିସ ଥାନାରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୋଲିସ ମଙ୍ଗଳମାର ଏସଂକ୍ରାନ୍ତରେ ସୂଚନା ଦେଇଛି । ଦିଲ୍ଲୀ ପୋଲିସ କହିଛି ଯେ, ମହାରାଷ୍ଟ୍ରର ଅମରାବତୀରୁ ନିର୍ଦଳୀୟ ସାଂସଦ ଶ୍ରୀମତୀ ରାଣା ଶନିବାର ଦିନ ଅଭିଯୋଗ କରିଛନ୍ତି । ଅଧିକାରୀ କହିଛନ୍ତି, ଏ ନେଇ ନର୍ଥ ଏଭନ୍ୟୁ ପୋଲିସ ଷ୍ଟେସନରେ ସଂପର୍କିତ ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇଛି । ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.