ଦୁର୍ବୃତ୍ତମାନେ ଭାଙ୍ଗି ଦେଲେ ରାଜେନ୍ଦ୍ର କଲେଜ୍ ପ୍ଲାଟିନମ୍ ଜୁବ୍‌ଲି ତୋରଣ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୧୯ ଡ଼ିସେମ୍ବର ଶେଷ ବେଳକୁ ରାଜେନ୍ଦ୍ର କଲେଜ୍ ପ୍ଲାଟିନମ୍ ଜୁବ୍‌ଲି ପାଳନ ସମୟରେ ତିଆରି ହୋଇଥିବା ପ୍ଲାଟିନମ୍ ଜୁବ୍‌ଲି ତୋରଣ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଏପରି ହିଂସ୍ର ଆଚରଣ ପ୍ରଦର୍ଶନ ପୂର୍ବକ ଏକ ଶିକ୍ଷାନୁ‌ଷ୍ଠାନର ତୋରଣ ଭାଂଗିବା ନିହାତି ଅସାଧୁ କାର୍ୟ୍ୟ ହୋଇଥିବା ବେଳେ ଦୋଷୀମାନଙ୍କୁ ଚି‌ହ୍ନଟ କରି ସେମାନ‌ଙ୍କ ବିରୁ‌ଦ୍ଧରେ କଡ଼ା କାର୍ୟ୍ୟାନୁ‌ଷ୍ଠାନ ଗ୍ରହଣ ପାଇଁ ସୋସିଆଲ ମିଡ଼ିଆରେ ମତ ପ୍ରକାଶ ପାଇଛି । ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଛାତ୍ରଛାତ୍ରୀ ମଧ୍ୟ ଦାବୀ କରିଛ‌ନ୍ତି ।

Leave A Reply

Your email address will not be published.