jayashree

ବଙ୍ଗୋମୁଣ୍ଡା ବ୍ଲକ ନୂତନ ଓଷ୍ଟା କମିଟି ଗଠିତ : ସଭାପତି ବରୁଣ ବାରିକ ଓ ସମ୍ପାଦକ ଅନୁପ କୁମାର ବାଗ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା)ର ସମ୍ବିଧାନିକ ସମ୍ମିଳନୀ ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ କମିଟିର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ନୂତନ ଭାବେ ସଭାପତି ଭାବରେ କପିଲାଭଟା ହାଇସ୍କୁଲର ଶିକ୍ଷକ ବରୁଣ କୁମାର ବାରିକ, ସମ୍ପାଦକ ଭାବରେ ଗନ୍ଧର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅନୁପ କୁମାର ବାଗ, ଉପସଭାପତି ସୁଧୀର ସାହୁ, ରାମଚନ୍ଦ୍ର ଷଡ଼ଙ୍ଗୀ ଏବଂ ମମତା ମେହେର, ସହ- ସମ୍ପାଦକ କିଶୋର ସାହୁ, ଜ୍ୟୋଷ୍ଣାମୟୀ ମେହେର ଏବଂ ଗଣେଶ୍ଵର ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟ ଅରୁଣ ରାଜପାଳିଆ, ବିକ୍ରମ ମେହେର, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଶିବରାମ ସ୍ୱାଇଁ ଓ ସୁଦାମ ସିଂ ବାରିକଙ୍କୁ ମନୋନୀତ କରାଯାଇଥିଲା । ଏହା ବ୍ୟତୀତ ପ୍ରତ୍ୟେକ ହାଇସ୍କୁଲରୁ ଜଣେ ଲେଖାଏଁ ଶିକ୍ଷକଙ୍କୁ ବ୍ଲକ କମିଟି ପ୍ରତିନିଧି ଭାବରେ ମନୋନୀତ କରାଯାଇଥିଲା । ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ, ଉପ ସଭାପତି ସନ୍ତୋଷ ମିଶ୍ର, ପର୍ଯ୍ୟବେକ୍ଷକ ଗୋବର୍ଦ୍ଧନ ସାହୁ ଓ ମନୋଜ ବେହେରା ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ରସାନନ୍ଦ ମହାପାତ୍ର, ପଙ୍କଜ ମେହେର, ଗଣପତି ସାହୁ ଉପସ୍ଥିତ ଥିଲେ । ସୁଧୀର ସାହୁ ସଭାପତିତ୍ୱ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.