jayashree

ଅଞ୍ଚଳ ମହାବିଦ୍ୟାଳୟରେ ସମର ଶିକ୍ଷାର୍ଥୀ ବାହିନୀର ଚୟନ ପ୍ରକ୍ରିୟା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ଅନୁମତି କ୍ରମେ ଏନ୍.ସି.ସି. ଅଧିକାରୀ କ୍ୟାପଟେନ୍ ଜୟ କୁମାର ଭୁଏଙ୍କ ତତ୍ୱାବଧାନରେ ଚଳିତ ଶିକ୍ଷାବର୍ଷର ବରିଷ୍ଠ ବାଳକ ବିଭାଗର ସମର ଶିକ୍ଷାର୍ଥୀ ବାହିନୀର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଉଚ୍ଚତା, ୧୬୦୦ ଓ ୧୦୦ ମିଟର ଦୌଡ଼, ଉଚ୍ଚଡିଆଁ, ଲମ୍ୱଡିଆଁ, ପୁଲ୍ଅପ୍, ପୁସ୍ଅପ୍, ବେଲି, ୫ କି.ମି. କ୍ରସ୍ କଣ୍ଟ୍ରି ଦୌଡ଼ ଆଦି ପ୍ରତିଯୋଗିତା ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା । ଏହି ପ୍ରକ୍ରିୟାରେ ମୋଟ୍ ୨୨ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରୁ ଏନ୍.ସି.ସି.ର ତୃତୀୟ ବର୍ଷର ଛାତ୍ରୀ ସାଗରିକା ଯୋଷୀଙ୍କୁ ସିନିଅର୍ ଅଣ୍ଡର୍ ଅଫିସର୍ ଓ ଛାତ୍ର କୀର୍ତ୍ତିରାଜ ସାହୁଙ୍କୁ ଜୁନିଅର୍ ଅଣ୍ଡର୍ ଅଫିସର୍ ପଦ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.