
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କିଛି ଦିନର ଲଗାତାର ବର୍ଷା ଯୋଗୁଁ ବହୁ ସ୍ଥାନର ନଦୀ ମାନଙ୍କରେ ବର୍ଷା ପାଣି ବଢ଼ିଯାଇଛି । ଫଳ ସ୍ୱରୂପ ଚାଷ ଜମି ମାନଙ୍କରେ ବର୍ଷା ପାଣି ମାଡି ଯାଇଥିବା ବେଳେ ଖୋଲାନ, କୁଶକେଲା ପଞ୍ଚାୟତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ, ଆର୍ଡବ୍ଲୁଏସ୍ଏସ୍ ଜେଇ ବୃନ୍ଦାବନ ମେହେର, ଶିହିନି ସରପଞ୍ଚ ବୀରବର ସାହୁ, କୁଶକେଲା ସରପଞ୍ଚ ପ୍ରତିନିଧୀ ପ୍ରକାଶ ମହାନନ୍ଦା ପଞ୍ଚାୟତର ଅନେକ ସ୍ଥାନ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚି ଜରୁରୀ ସ୍ଥାନରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେହିପରି ଟିଟିଲାଗଡରୁ ବେଲ ଗାଁକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯ର ବିଜେପୁର ନିକଟରୁ ଚୋରମରା ପର୍ଯ୍ୟନ୍ତ ବଢ଼ି ପାଣି ରାସ୍ତା ଉପରେ ବୋହିବା ସହ ରାସ୍ତା ବୁଡ଼ି ଯାଇଥିବା ସୂଚନା ମିଳିଛି ।