jayashree

ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡେଲାଙ୍ଗ ଉଚ୍ଚମାଧ୍ୟମିକ ବିଦ୍ୟାଳୟର +୨ କଳା, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦୁଇ ଦିନିଆ ଇଣ୍ଡକସନ କ୍ଲାସରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଡ. ସ୍ନେହାଞ୍ଜଳୀ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀମାନେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା, ସୃଜନଶୀଳତା, ଦାୟିତ୍ୱବୋଧ, ଶୃଙ୍ଖଳା, ଚରିତ୍ର ଗଠନ, କଠିନ ଅଧ୍ୟବସାୟ ତଥା ନୈତିକ ଶିକ୍ଷାର ମୂଲ୍ୟବୋଧ ଏବଂ ଭବିଷ୍ୟତ ଜୀବନର ଆଗକୁ ବଢ଼ିବା ପାଇଁ ବିଭିନ୍ନ ଉପଦେଶ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁମଞ୍ଜୁଳା ବିଶ୍ଵାଳ, ସୌଭାଗିନୀ ପାଢ଼ୀ, ଭୂମିକା ଜାଲି, ସୁନିତା ନାୟକ, ତନ୍ମୟୀ ମହାପାତ୍ର, ଅଧ୍ୟାପକ ଜିତେନ୍ଦ୍ର କୁମାର ମଲ୍ଲିକ, ମନୋରଞ୍ଜନ ରଣସିଂହ, ମଉଜି ଜେନା, ଲକ୍ଷ୍ମୀଧର ପାତ୍ର ପ୍ରମୁଖ ଇଣ୍ଡକସନ କ୍ଲାସର ଗାଇଡ଼ ଲାଇନ୍‌ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ଡ. ସ୍ନେହାଞ୍ଜଳୀ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

Leave A Reply

Your email address will not be published.