jayashree

ସୁନା ବେଶରେ ଝଲସିଲେ ଶ୍ରୀଜୀଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ରଥାରୁଢ଼ ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅଗଣିତ ଭକ୍ତଜନ ଦେଖି ବିମୋହିତ ହୋଇଥିଲେ । ପ୍ରତିବର୍ଷ ଏହି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ କାଳିଆ ସାଆନ୍ତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଦେବୀ ସୁଭଦ୍ରାଙ୍କ ସମେତ ସୁଦର୍ଶନ ଠାକୁରଙ୍କ ସୁନାବେଶରେ ଝଟକିଥିଲେ । ଏହାରି ପରିସରରେ ଭକ୍ତିସଙ୍ଗୀତର କାର୍ଯ୍ୟକ୍ରମ ଭଜନ ସମାରୋହ ପରିବେଷଣ ହୋଇ ଏହି ଅଧ୍ୟାତ୍ମିକମୟ ପରିବେଶକୁ ଦ୍ଵିି-ଗୁଣିତ କରିଥିଲା । ସେହିପରି ଛତ୍ରପୁର ମେଇନ୍ ରୋଡ଼ରେ ଅଟକିଥିବା ରଥ ଉପରେ ସୁନାବେଶ ଅନୁଷ୍ଠିତ ହୋଇଛି । ଦାସିରୀ ଜଗନ୍ନାଥ ମନ୍ଦିରର ରଥ ଓ ପଣ୍ଡା ରଥରେ ଆନୁଷ୍ଠାନିକ ଭାବେ ପବିତ୍ର ହରିଶୟନ ଏକାଦଶୀ ତିଥିରେ ଆଡମ୍ଭର ପୂର୍ଣ୍ଣ ଭାବେ ରଥ ଉପରେ ଶ୍ରୀ ପତିତପାବନ ଶ୍ରୀଜୀଉଙ୍କ ରୌପ୍ୟ ଓ ସୁନା ଛାଉଣୀରେ ତଥା ମୂଲ୍ୟବାନ ଧାତୁରେ ନିର୍ମିତ ଠାକୁରଙ୍କ କୀରଟି, ଅଳଙ୍କାର, ହାତ, ପାଦ ଆଦି ସହ ନାନା ଅଳଙ୍କାରରେ ଠାକୁରଙ୍କୁ ଆଭୂଷଣ କରାଯାଇ ଶୋଭା ବର୍ଦ୍ଧନ କରାଯାଇଥିଲା । ବାସ୍ତବିକ୍ ଛତ୍ରପୁର ସହରରେ ଅନୁଷ୍ଠିତ ସୁନାବେଶ ଶୃଙ୍ଖଳିତ ଦର୍ଶନ ହୋଇ ଅଗଣିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

Leave A Reply

Your email address will not be published.