
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର, ଡେଲିମାର୍କେଟ ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ରଶ୍ମି ପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଦିଲୀପ କୁମାର ପୁରୋହିତଙ୍କ ନେତୃତ୍ୱରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀ ଶଙ୍କର ପଟେଲ ଓ ବଳିଷ୍ଠ ପଧାନ ଉପସ୍ଥିତ ରହି ନିଜସ୍ୱ ଉଚିତ ଭଜନ ଗାନ କରିଥିଲେ । ଏହା ସହ ସମସ୍ତ କବି ଓ କବୟିତ୍ରୀ ଭକ୍ତିପୂର୍ଣ୍ଣ ଭାବରେ ଭଜନ ସବୁ ପରିବେଷଣ କରି ରାମ ମନ୍ଦିର ପରିସରକୁ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । କବୟିତ୍ରୀ ସରସ୍ୱତୀ ମିଶ୍ର ସଂଯୋଜନା କରିଥିଲେ । ରାଜଶ୍ରୀ ତ୍ରିପାଠୀ, ସସ୍ମିତା ସାହୁ, ନିରୁମା ମିଶ୍ର, ଜ୍ୟୋତିମୟୀ ତ୍ରିପାଠୀ, ଅମ୍ବିକା ଦାନୀ, ସୌଦାମିନୀ ମିଶ୍ର, ସନ୍ଧ୍ୟାରାଣୀ ତ୍ରିପାଠୀ, ଆରତୀ ତ୍ରିପାଠୀ, କୁମୁଦିନୀ ପୃଷ୍ଟି, ରଶ୍ମିତା ପାତ୍ର, ରାମ ଶଙ୍କର ଶତପଥି, କୃଷ୍ଣଚନ୍ଦ୍ର ମିଶ୍ର, ମନରଞ୍ଜନ ଚାନ୍ଦ, ଆରତୀ ମିଶ୍ର, ଲିଲି ପଟେଲ ପ୍ରଭୃତି ଭଜନ କବିତା ଗାନ କରି ସାଫଲ୍ୟ ମଣ୍ଡିତ କରିଥିଲେ । ପରେ ପ୍ରଭୁଙ୍କ ସନ୍ଧ୍ୟା ଆଳତି ଦର୍ଶନର ସୌଭାଗ୍ୟ ଅର୍ଜନ କରିଥିଲେ ।