ଦିବ୍ୟଜୀବନ ସଂଘ ବଲାଙ୍ଗିରରେ ପବିତ୍ର ରଥ ଯାତ୍ରା ଓ ବାହୁଡ଼ା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭଗବତୀ ନଗର ସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମରେ ପବିତ୍ର ରଥ ଓ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଷାଢ ଶୁକ୍ଲ ଦ୍ୱିତୀୟା ପବିତ୍ର ତିଥିରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରା ମନ୍ଦିରରୁ ବାହାରି ପହଣ୍ଡିରେ ମାଉସୀ ମନ୍ଦିରକୁ ଆସିଥିଲେ । ସେଠାରେ ନବଦିନ ବ୍ୟାପୀ ଲୀଳା ଖେଳ କରି ଦଶମୀ ତିଥିରେ ନିଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରତ୍ୟହ ପୂଜା ନୀତି ଭଜନ କୀର୍ତ୍ତନ କରି ପ୍ରଭୁଙ୍କୁ ଭୋଗ ରାଗ କରିବା ସହିତ ଅନ୍ନ ଭୋଗ ବିତରଣ କରାଯାଇଥିଲା । ସମସ୍ତ ସଦସ୍ୟ ସହିତ ଭଉଣୀମାନେ ଯୋଗ ଦେଇ ପବିତ୍ର ଉତ୍ସବ ପାଳନ କରୁଥିଲେ । ପୂର୍ବତନ ସଙ୍ଘ ସଭପତି ଶିବାନନ୍ଦ ଦାସ, ସମ୍ପାଦକ ରଘୁନାଥ ବାବୁ, ନୂତନ ସଭାପତି ଶଶୀ ଭୂଷଣ ପୁରୋହିତ, ସମ୍ପାଦକ ରଶ୍ମି ରଞ୍ଜନ ବକ୍ସି, ବରିଷ୍ଠ ସଦସ୍ୟ ଡାକ୍ତର ନିତ୍ୟାନନ୍ଦ ଠାକୁର ଓ ଅନ୍ୟ କର୍ମକର୍ତ୍ତା ସଦସ୍ୟମାନଙ୍କ ସହଯୋଗରେ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଲିତ ହୋଇଯାଇଛି ।

Leave A Reply

Your email address will not be published.