ଫିଲ୍ମ ମେକର ଜିତେନ୍ଦ୍ର ମିଶ୍ରଙ୍କ ସହିତ ପ୍ରଭାବତୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀଙ୍କ ପ୍ରେରଣା ଦାୟକ ଆଲୋଚନା

csstore

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମାଟିରୁ ଏଥେନସର ରେଡ୍‌କାର୍ପେଟ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ନେସନାଲ ଫିଲ୍ମ ଆୱାର୍ଡ଼ ହାସଲ କରିଥିବା ଟିଟିଲାଗଡ ମାଟିର ସୁଯୋଗ୍ୟ ସନ୍ତାନ ଜୀତେନ୍ଦ୍ର ମିଶ୍ରଙ୍କ ସହିତ ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ ମାନେ ସୋମବାର ଦିନ ପିପଲ ପଦର ଠାରେ ଏକ ପ୍ରେରଣା ଦାୟକ ଆଲୋଚନା ଚକ୍ର ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ନିଜର ଜୀବନ ଯାତ୍ରାର କାହାଣୀ ତା ପଛରେ ଥିବା ତ୍ୟାଗ, ପରିଶ୍ରମ ବିଦ୍ୟାର୍ଥୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କର ଜିଜ୍ଞାସାର ଉତ୍ତରରେ ଫିଲ୍ମ୍ ଦୁନିଆରେ କ୍ୟାରିଅର କିପରି ବନାଯାଇପାରିବ ତା ବିଷୟରେ ଧାରଣା ପ୍ରଦାନ କରିଥିଲେ । ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ରୁଚି ବିଷୟରେ ପଚାରିବା ସହ କିପରି ନିଜର ଜୀବନର ଲକ୍ଷ୍ୟ ହାସଲ କରିପାରିବେ ସେଥିପାଇଁ ଦୃଢ଼ ମନୋବଳ ରଖିବା ସହ ନିଜର ଲକ୍ଷ୍ୟକୁ ହାସଲ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ତାପରେ ନିଶ୍ଚୟ ସଫଳତାର ପାହାଚ ଚଢ଼ିବ ବୋଲି କହିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ବିଭିନ୍ନ କଳା ପ୍ରଦର୍ଶନ କରିବାକୁ କହିଥିଲେ ଯାହାକି ଉପସ୍ଥିତ ବିଦ୍ୟାର୍ଥୀଙ୍କ ମନୋରଞ୍ଜନର ଖୁରାଗ ଯୋଗାଇଥିଲା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲ ଉପାଧ୍ୟକ୍ଷ ପୀତାମ୍ବର ଶର୍ମା, ଡାଇରେକ୍ଟର ଏଡମିନ ଧରିତ୍ରୀ ମହାନ୍ତି, ବନମାଳି ପଣ୍ତା, ଶ୍ରୀମତୀ ସସ୍ମିତା ଷଡଙ୍ଗୀ, ପ୍ରୋଗ୍ରାମ କୋର୍ଡିନେଟର ମମିତା ଚୌଧୁରୀ, ଉଦୟ ଚନ୍ଦ୍ର ମହାପାତ୍ର ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.