
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନ୍ଆଇଟି ଉଚ୍ଚ ବିଦ୍ୟାଳୟର ଇକୋ କ୍ଲବ୍ ସହ ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇ ବୃକ୍ଷର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିପରି ବୃକ୍ଷରୋପଣ ଉପରେ ଏକ ନାଟକ ପରିବେଷଣ କରି ସଚେତନତା ବାର୍ତ୍ତା ବଣ୍ଟନ କରାଯାଇଥିଲା । ଭାଇବ୍ରାଣ୍ଟର ସଭାପତି ରୋଟାରିଆନ ଡ. ସଞ୍ଜୁକ୍ତା ପତିଙ୍କ ଅଧ୍ୟକ୍ଷତା ଓ ସମ୍ପାଦିକା ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସଭାପତି ରୋଟାରିଆନ ଡ. ମୀନତି ପଣ୍ଡା, ସମସ୍ତ ରୋଟାରିଆନ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ଅଞ୍ଜଳି ହୋତା, ବସନ୍ତ କୁମାର ତନ୍ତୀ, ନିରୁପମା ପତି, ଶ୍ରୀଧର ମଲ୍ଲିକ, ସୋମା ମହାପାତ୍ର, ଅନିତା ନାୟକ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦୀପ୍ତା ବେହେରା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।