
ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ ପେପର ଲିକ୍ ଓ ପରବର୍ତ୍ତୀ ସମୟରେ ଉକ୍ତ ଘଟଣାକୁ ନେଇ ଦେଶର ୨୧ ଜଣ ମେଧାବୀ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଉତ୍ତରଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦେବା ଦାବିରେ ଦେଶର ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ଔଙ୍ଗଚୁଙ୍ଗ ଦୀର୍ଘ ୨୦ ଦିନ ଧରି ଦିଲ୍ଲୀର ଯନ୍ତରମନ୍ତର ଠାରେ ଆମରଣ ଅନଶନ କରୁଥିବା ସମୟରେ ଦିଲ୍ଲୀ ପୋଲିସ ବଳ ପୂର୍ବକ ମାତ୍ରାଧିକ ଅନଶନ ସ୍ଥଳରୁ ଉଠାଇନେବା ଘଟଣା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ସିପିଆଇଏମ୍ ପକ୍ଷରୁ ଅଭିଯୋଗ କରାଯିବା ସହିତ ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଦମନ କରିବା ଓ ଆଜି ସଂସଦ ଅଭିଯାନ ସମୟରେ ଟିୟର ଗ୍ୟାସ ଓ ପାଣି ମାଡ କରିବା ସଂପୂର୍ଣ୍ଣ ଗଣତାନ୍ତ୍ରିକ ଓ ବିଧି ବ୍ୟବସ୍ଥାର ଉଲଂଘନ ବୋଲି ଅଭିହିତ କରିବା ସହିତ ଆଜି ସିପିଆଇଏମ୍ କେନ୍ଦ୍ର କମିଟି ଡାକରାରେ ପାର୍ଟିର ରାଉରକେଲା ଆଂଚଳିକ କମିଟି, ରଘୁନାଥ ପାଲି ଆଂଚଳିକ ସାଂଗଠନିକ କମିଟି ଓ ବିଶ୍ରା ଶାଖା କମିଟି ପକ୍ଷରୁ ରାଉରକେଲା ଉଦିତ ନଗର ସ୍ଥିତ ଆମ୍ବେଦକର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତୁରନ୍ତ ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାର ଉତ୍ତରଦାୟିତ୍ୱ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେବା ସହିତ ତୁରନ୍ତ ଇସ୍ତଫା ଦେବା ପାଇଁ ନେତାମାନେ ଦାବି କରିଛନ୍ତି । ସିପିଆଇଏମ୍, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣ ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ କମିଟି ସଭ୍ୟ ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି.ପି ମହାପାତ୍ର, ବସନ୍ତ ନାୟକ, ରଘୁନାଥପାଲି କମିଟି ଆବାହକ ହୃଦୟାନନ୍ଦ ଯାଦବ, ରାଉରକେଲା ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାଶ, ଲକ୍ଷ୍ମୀଧର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଦୀପ ସେଠୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ବିନୟ ବେଉରିଆ, ଅଶୋକ ଦାସ, ବୁଧନୀ ମୁଣ୍ଡାରୀ, ଶକୁନ୍ତଳା ମହାକୁଡ଼, ରଜତ ମୁଣ୍ଡା, ଅଜିତ ଏକ୍କା, ସମ୍ବିତ ସ୍ୱାଇଁ ପ୍ରମୁଖ ବକ୍ତବ୍ୟ ରଖି ମୋଦି ସରକାର ତୁରନ୍ତ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେବା ସହିତ ଏନ୍ଟିଏକୁ ରଦ୍ଦ କରି ଦେଶରେ ପରୀକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, ନୂତନ ଜାତୀୟ ଶିକ୍ଷାନୀତି -୨୦୨୦କୁ ବାତିଲ କରିବାକୁ ବକ୍ତାମାନେ ଦାବି କରିଥିଲେ । ତତ୍ ସହିତ ଓଡ଼ିଶାରେ ପାଠ୍ୟପୁସ୍ତକ ମୁଦ୍ରଣରେ ବିଭ୍ରାଟ ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବାକୁ ମଧ୍ୟ ପାର୍ଟି ପକ୍ଷରୁ ଦାବି କରାଯିବା ସହିତ ସର୍ବଭାରତୀୟ ସ୍ତରରେ ଦେଶର ଶିକ୍ଷା ବ୍ୟବସ୍ଥାର ସୁଧାର ଆଣିବା ପାଇଁ ଚାଲିଥିବା ଛାତ୍ର ଆନ୍ଦୋଳନ ପ୍ରତି ସଂହତି ପ୍ରଦର୍ଶନ କରି ଆଜିର ଆନ୍ଦୋଳନ କରାଯାଇଛି ବୋଲି ନେତାମାନେ କହିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ସାଗର ଛୋଟରାୟ, ସଚିନ୍ ରାୟ, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା, ବଛିରାମ ବେହେରା, ରାଜୀବ ବସନ୍ତ ରାୟ, ଶାନ୍ତି ମିଞ୍ଜ ପ୍ରମୁଖ ପରିଚାଳନା କରିଥିଲେ ।