ସୁନ୍ଦରଗଡର, (କେପିଏନ୍ଏସ୍) : ରବିବାର କେନ୍ଦ୍ର କାର୍ଯ୍ୟାଳୟ, ସେକ୍ଟର-୧୬, ବି-୧୮୨ ଠାରେ ନାଗ୍ରା ତନ୍ତୀ ସମାଜର ୨ୟ ସାଧାରଣ ସଭା ଅନୁଷ୍ଠିତ ହେଇଯାଇଛି । ଉକ୍ତ ସାଧାରଣ ସଭାରେ ରଘୁନାଥପାଲ୍ଲୀ ବିଧାୟକ ତଥା ଯୋଜନା ବୋର୍ଡ ସୁନ୍ଦରଗଡର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଥମେ କେନ୍ଦ୍ର କମିଟିର ସଭାପତି ସନ୍ତୋଷ କୁମାର ତନ୍ତୀଙ୍କୁ ପାଛୋଟି ଆଣି ମଂଚ ଉପରେ ନେଇ ମଂଚାସୀନ କରିଥିଲେ ଓ ସାଧାରଣ ସଂପାଦକ ଉପେନ୍ଦ୍ର ତନ୍ତୀଙ୍କୁ ପୁଷ୍ପଗୁଚ୍ଛ ଓ ସାଇ ଦେଇ ସମ୍ମାନିତ କରିଥିଲେ । କେନ୍ଦ୍ର କମିଟିର କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମେ କେନ୍ଦ୍ର କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ ତା ପରେ କେନ୍ଦ୍ର କମିଟିର ପ୍ରଥମ ସଭାପତି ସ୍ୱର୍ଗତ ଆହାଲାଦ ଜମକିଆର ଓ ପ୍ରତିଷ୍ଠାତା ସ୍ୱର୍ଗତ ଗୋବର୍ଦ୍ଧନ ତନ୍ତୀଙ୍କ ଫଟୋ ଚିତ୍ରକୁ ଉନ୍ମୋଚନ କରିଥିଲେ ଏବଂ ସ୍ୱର୍ଗତ ଆହାଲାଦ ଜମକିଆରଙ୍କ ପତ୍ନୀ କାଞ୍ଚନ ତନ୍ତୀ ଓ ଗୋବର୍ଦ୍ଧନ ତନ୍ତୀଙ୍କ ପୁତ୍ରଙ୍କୁ ସାଇ ଓ ପୁଷ୍ପଗୁଚ୍ଛ ଦେଇ ବିଧାୟକ ଦୁର୍ଗା ଚରଣ ତନ୍ତୀ ସମ୍ମାନିତ କରି ସ୍ୱର୍ଗତ ଆହାଲାଦ ଜମକିଆର ଓ ଗୋବର୍ଦ୍ଧନ ତନ୍ତୀଙ୍କ ଆତ୍ମକଥା ବକ୍ତବ୍ୟରେ କହିଥିଲେ । ଉକ୍ତ ସଭାରେ ନାଗ୍ରା ଅଂଚଳରୁ ସଦସ୍ୟମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କେନ୍ଦ୍ର କମିଟିର ସଭାପତି ସନ୍ତୋଷ କୁମାର ତନ୍ତୀ ତଥା ଉପଦେଷ୍ଠା ମଣ୍ଡଳୀଙ୍କ ଦ୍ୱାରା ଏକ ସ୍ମାରକ ପତ୍ର ଦେଇଥିଲେ ଯେ, ନାଗ୍ରା ଅଂଚଳରେ ବସବାସ କରୁଥିବା ତନ୍ତୀ ପାରିବାରଙ୍କ ପାଇଁ ଏକ କମ୍ୟୁନିଟି ହଲ/କ୍ଲବ ତଥା ମସାଣି ସ୍ଥାନ ପାଇଁ ଦାବି ଜଣାଇଥିଲେ । ଉକ୍ତ ସଭାରେ କେନ୍ଦ୍ର କମିଟିର ପ୍ରସ୍ତାବକୁ ସାଧାରଣ ସଭାରେ ଉପସ୍ଥାପନ କରାଯାଇ ଗୃହୀତ ମଧ୍ୟ ହୋଇଥିଲେ । ନାଗ୍ରା ତନ୍ତୀ ସମାଜର ନିତି ନିୟମ ପୁସ୍ତିକା/ଜନଗଣନା/ସଭ୍ୟ/ବାର୍ଷିକ ଅଟକଳ/ବାର୍ଷିକ କାର୍ଯ୍ୟକ୍ରମ ଓ ଏନ.ଟି.ଏସ୍ ଫୁନେରାଲ ଫଣ୍ଡକୁ ପ୍ରଥମ ସଭାପତି ସ୍ୱର୍ଗତ ଆହାଲାଦ ଜମକିଆରଙ୍କ ନାମରେ ନାମିତ କରାଗଲା ଓ ଆୟବ୍ୟୟର ରିପୋର୍ଟ ଉପସ୍ଥାପନ କଲେ କୋଷାଧ୍ୟକ୍ଷ ବିନୋଦ କୁମାର ତନ୍ତୀ । ମଂଚାସିନ ଥିଲେ ବିଧାୟକ ଯୋଜନା ବୋର୍ଡ ସୁନ୍ଦରଗଡର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ, କେନ୍ଦ୍ର ସଭାପତି ସନ୍ତୋଷ କୁମାର ତନ୍ତୀ, ସାଧାରଣ ସଂପାଦକ ଉପେନ୍ଦ୍ର ପାତ୍ର, ଉପ ସଭାପତି ଜଗନ୍ନାଥ ତନ୍ତୀ, ରବିନ୍ଦ୍ର ତନ୍ତୀ, ଉପଖଣ୍ଡ ସଭାପତି ରାମଲାଲ ତନ୍ତୀ(ଟାଉନ), ଗଜେନ୍ଦ୍ର ତନ୍ତୀ (ଜଲଦା) ରାମେଶ୍ୱର ତନ୍ତୀ (ରିଉଁ) କୃଷ୍ଣ ବାଙ୍କ୍ରା ସଂପାଦକ (ଗର୍ଜନ) ନୂତନ ଭାବେ ଶପଥ ନେଇଥିବା ସାଂସ୍କୃତିକ ସଂପାଦକ କିଶୋର ତନ୍ତୀ ସହ ସଂପାଦକ ସୁରତ ତନ୍ତୀ ମଂଚ ପରିଚାଳନା କରିଥିଲେ । ମଦନ ତନ୍ତୀ, ରତନ ତନ୍ତୀ ସଂପାଦକ ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
