- ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କଲେ ପୀଡ଼ିତାଙ୍କ ବାପା
- ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୁଲିସ
ଦେଓଗାଁ, (ମନୀଷ କୁମାର ସାହୁ) : ନାବାଳିକା ଝିଅଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ୧୫ ବର୍ଷୀୟ ନାବାଳିକାକୁ ରଥଯାତ୍ରା ସ୍ଥଳରୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଲଜ୍ଜ୍ଜା ଜଣକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରୁ । ତେବେ ଏନେଇ ନାବାଳିକାଙ୍କ ବାପା ଦେଓଗାଁ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିବା ଚର୍ଚ୍ଚାର ବିଷୟ ହୋଇଛି । ଦେଓଗାଁ ଥାନା ଅଧିନସ୍ଥ ବନ୍ଧପଡ଼ା ପୁଲିସ ଫାଣ୍ଡିର ସିଂହାମୁଣ୍ଡା ଗାଁରେ ଗତ ଶୁକ୍ରବାର ରଥଯାତ୍ରା ହେଉଥିବା ବେଳେ ଯାତ୍ରା ଦେଖିବା ପାଇଁ ସମ୍ପର୍କୀୟ ଭାଇ ସହ ଜଣେ ୧୫ ବର୍ଷୀୟ ନାବାଳିକା ଆସିଥିଲେ । କିନ୍ତୁ ଗାଁର ଅନ୍ୟ ଜଣେ ଯୁବକ ସମ୍ପୃକ୍ତ ନାବାଳିକାକୁ ଅପହରଣ କରି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଇଜଣ ଯୁବକ ଦୁଇଜଣ ନାବାଳିକାଙ୍କୁ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳକୁ ଟେକି ନେଇ ଦୁଷ୍କର୍ମ କରିଥିବା ଚର୍ଚ୍ଚା ହେଉଥିବା ବେଳେ ଜଣେ ଯୁବତୀଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଏପରିକି ଏହି ନାବାଳିକାଙ୍କୁ ରଥଯାତ୍ରା ସ୍ଥଳରୁ ୧୦ କିଲୋମିଟର ଦୂରରେ ଛାଡି ଦେଇ ଯୁବକ ଜଣକ ଫେରାର ହୋଇଯାଇଥିଲେ । ତେବେ ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କ ସମ୍ମୁଖରେ ସବୁ ଗୋଟି ଗୋଟି କରି କହିବା ପରେ ଝିଅ ଘର ଲୋକ ଗାଁ ଲୋକଙ୍କୁ ଜଣାଇଥିଲେ । ଯାହା ଫଳରେ ଗାଁ ଲୋକ ଏକ ବୈଠକ କରିଥିଲେ । ଯେଉଁଠି କି ଯୁବକ ଜଣକ ନିଜର ଭୁଲ ସ୍ୱୀକାର କରିଥିଲେ । ତେବେ ଯୁବକ ଜଣକ ଅରାଜି ହେବାରୁ ନାବାଳିକାର ବାପା ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଅଭିଯୋଗ ପାଇବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଛି । ଏପରିକି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରି ବୟାନ ମଧ୍ୟ ରେକର୍ଡ କରିଥିବା ଜଣାପଡିଛି । ତେବେ ପୁଲିସରେ ଅଭିଯୋଗ ହେବା ପରେ ଯୁବକ ଜଣକ ଫେରାର ମାରିଥିବା ସୂଚନା ମିଳିଛି । ଏଣୁ ଏଦିଗରେ ପୁଲିସ ସଠିକ୍ ତଦନ୍ତ କରି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସଧାରଣରେ ଦାବୀ ହେଉଛି ।
