ନୃସିଂହନାଥ ରଥରୁ ୪ କି. ମି. ପାଇକମାଲକୁ ଆସିଲେ ତିନି ଠାକୁର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରେ ଗୁରୁବାର ପବିତ୍ର ରଥଯାତ୍ରା ଅବସରରେ ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରାହ୍ମଣ ସମାଜର କର୍ମକର୍ତ୍ତାମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶ ଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ ସୁନ୍ଦର ସାଜସଜ୍ଜା କରିଥିଲେ । ପୂଜାପାଠ ନୈବେଦ୍ୟ ଅର୍ପଣ, ଆଳତି କରି ତିନି ଠାକୁରଙ୍କୁ ପହଣ୍ଡିରେ ରଥକୁ ଅଣାଯାଇଥିଲା । ବରଗଡ ସାଂସଦ ପ୍ରଦୀପ ପୁରୋହିତ ଛେରା ପହଁରା କରିଥିଲେ । ନୃସିଂହନାଥରୁ ଦୀର୍ଘ ୪ କି. ମି. ରାସ୍ତାରେ ତିନି ଠାକୁରଙ୍କୁ ରଥରେ ବସାଇ ଭକ୍ତମାନେ ଟାଣି ଟାଣି ଅଣାଯାଇଥିଲା । ୮ଟାରେରେ ପାଇକମାଲ ସ୍ଥିତ ମାଉସି ମାଁ ମନ୍ଦିରକୁ ଅଣାଯାଇଛି । ବର୍ଷା ଦିନ ସାରା ଲାଗି ରହିଥିବା ବେଳେ ଅପରାହ୍ନରେରେ ସାମାନ୍ୟ ପାଗ ଫାଙ୍କା ହେବାରୁ ବହୁ ସଂଖ୍ୟରେ ଭକ୍ତମାନେ ରଥଯାତ୍ରାରେ ଯୋଗ ଦେଇଥିଲେ । ନୃସିଂହନାଥରୁ ଅପରାହ୍ନ ୩ଟାରେ ବାହାରି ପାଇକମାଳକୁ ଦୁର୍ଗାପାଲି, ଦଣ୍ଡପାଟ ଓ ଜର୍ଜଗଡ଼, ନରସିଂହପଡା ଆଦି ଗ୍ରାମ ଦେଇ ରାସ୍ତା କଡ ମାନଙ୍କରେ ବିଭିନ୍ନ ଝୋଟି ଅଙ୍କାଯାଇ ପୂର୍ଣ୍ଣ କଳସରେ ପାଣି ରଖି ତିନି ଠାକୁର ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଓ ଶିଶୁମାନଙ୍କୁ ରଥ ଛୁଆଁ ଯାଉଥିଲା । ରାତ୍ର ୮ଟାରେ ତିନି ଠାକୁର ମାଉସୀ ମାଁ ମନ୍ଦିର ବିଜେ ହୋଇଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତରଫରୁ ମଧୁର ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ରଥଯାତ୍ରା ପାଇଁ ନୃସିଂହନାଥଙ୍କ ମନ୍ଦିରରେ ସମସ୍ତ ପ୍ରକାର ନୀତିକାନ୍ତି ସମୟ ମୁତାବକ ସେବାୟତ ତଥା ଭକ୍ତଙ୍କର ଦ୍ୱାରା ସମ୍ପାଦନ କରାଯାଇଥିଲା । ଏଥର ରଥଯାତ୍ରାରେ ବହୁତ ଭକ୍ତ ଏକତ୍ରିତ ହୋଇଥିବାବେଳେ ୫ଟି ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟ ସାମିଲ ହୋଇଥିଲେ । ନୃସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ମନ୍ଦିର କୁଳ ପୁରୋହିତ ସୁନିଲ ପୁରୋହିତ, ମନ୍ଦିର ପୂଜକ ସେବାୟତ, ନୃସିଂହନାଥ ବ୍ରାହ୍ମଣ ସମାଜର କର୍ମକର୍ତ୍ତା ମାନେ ଓ ଭକ୍ତମାନଙ୍କ ଉପସ୍ଥିତିରେ ତିନି ଠାକୁରଙ୍କୁ ରଥକୁ ଆଣିଥିଲେ । ସେହିପରି ମାଣ୍ଡୋସିଲରେ ମଧ୍ୟ ତିନି ରଥ ଟଣା ଯାଇଥିଲା । ଛିନ୍ଦେଇକେଲା ଗାଁ ମଧ୍ୟ ରଥ ଟଣା ଯାଇଥିଲା । ପ୍ରତିକୂଳ ପାଗ ଥିଲେ ମଧ୍ୟ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

Leave A Reply

Your email address will not be published.