ମାଝୀପଡା ବିଦ୍ୟାଳୟରେ ସମୂହ ବୃକ୍ଷ ରୋପଣ

csstore

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବୃକ୍ଷ ରୋପଣ କଲେହିଁ ପରିବେଶ ସୁରକ୍ଷା ହେବ ବୋଲି ଦାରୁଦେବତା ଜଗନ୍ନାଥଙ୍କ ଗୁଣ୍ଡିଚା ଯାତ୍ରା ଦିନ ଚଟୁଅନକା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ସମୂହ ବୃକ୍ଷ ରୋପଣ କରାଯାଇଥିଲା । ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଓ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର କଣ୍ଟାବାଞ୍ଜିର ମିଳିତ ସହଯୋଗରେ ବିଦ୍ୟାଳୟ ପାଖରେ ଥିବା ଅନାବାଦୀ ଜମିରେ ଶତାଧିକ ଜାମୁକୋଳି, ଅଁଳା, ବାଉଁଶ, ମୁନୁଗା, ଲିମ୍ବ, ଆତ, ବର, ପିପଳ ଗଛ ଲଗାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ, ଉପସଭାପତି ସୂର୍ଯ୍ୟକାନ୍ତ ରଣା, ସମ୍ପାଦକ ବିରଞ୍ଚି ନାରାୟଣ ଦାଶ, ନରେନ୍ଦ୍ର ସୁନା, କୈଳାଶ ଦୀପ, ଶିକ୍ଷକ କିଶୋର ବରିହା, ଜବାହରଲାଲ ନେହେରୁ ଆଦିବାସୀ କ୍ଲବର ସଭାପତି ସହଦେବ ମାଝୀ, ଗାୟତ୍ରୀ ପରବାରର ସଭ୍ୟ ସୁବାଷ ସିଂଘଲ, ମୋହନ ଶର୍ମା, ଅଜୟ ଅଗ୍ରବାଲ, ନୀଳେନ୍ଦୁ ବେହେରା, ଶ୍ରୀକାନ୍ତ ବେହେରା, ସୂର୍ଯ୍ୟ ନାରାୟଣ ବେହେରା, ପ୍ରୀତମ ବେହେରା, ମୋହନ ଅଗ୍ରୱାଲ, ଓମ୍‌ପ୍ରକାଶ ଅଗ୍ରୱାଲ, ତାରକେଶ୍ୱର ବେହେରା, ମାନସ ରଞ୍ଜନ ଜାଲ, ଗଣେଶ ସୋନୀ, ଶଶୀଧର ନିଆଲ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବରାଜ ମାଝୀ, ରାଜୁ ପୁଟେଲ, ଆନନ୍ଦ ବାଗ ସଭ୍ୟସଭ୍ୟା, ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.