ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ । ଆଜି ମୋଟ ୯୭ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା । ସେଥି ମଧ୍ୟରୁ୨୭ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୬୬ଟି ସାମୁହିକ ଅଭିଯୋଗ ରହିଥିଲା । ଏଥି ମଧ୍ୟରୁ ୫ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଥିିକ ସହାୟତା ପାଇଁ ୪ ଜଣ ବ୍ୟକ୍ତି ଆବେଦନ କରିଥିଲେ । ସେମାନଙ୍କୁ ୩୭,୫୦୦ ତାଙ୍କର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା । ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଡିଏଫଓ ରବି ମୀନା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ, ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ଗୋଷ୍ଠି ଉନ୍ନୟନ ଅଧିକାରୀ ମାନସ ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଆସନ୍ତା ସୋମବାର ୨୦ ଜୁଲାଇରେ ବଡ଼ଗାଁ ବ୍ଲକରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ।
