jayashree

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ଼ର ସାଧାରଣ ପରିଷଦ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରାଇସ୍‌, ପ୍ରୋଟେକସନ୍ ଓ ପେନ୍‌ସନ୍‌ ଦାବୀକୁ ପୁଣି ଦୋହରାଇଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ଼ (ଜାବ) । ବରଗଡ଼ ସହର ସନ୍ନିକଟ ପଣ୍ଡରୀପଥର ଠାରେ ଅବସ୍ଥିତ ପ୍ରକୃତି ପ୍ରେମ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ସମ୍ମିଳନୀ କକ୍ଷରେ ଜାବ୍‌ର ସଭାପତି ରବି ନାରାୟଣ ପଣ୍ଡାଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ବୈଠକରେ ସଂଘ ପକ୍ଷରୁ ଯଥାଶୀଘ୍ର ଓଡ଼ିଶାର ସାମ୍ବାଦିକ ମାନଙ୍କ ଦୀର୍ଘ ଦିନର ଦାବୀ ଗୁଡ଼ିକ ମାନି ନେଇ ସାମ୍ବାଦିକ ମାନଙ୍କ ପାଇଁ ପ୍ରକୃତ ସମ୍ମାନ, ସୁରକ୍ଷା ପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ଆଜୀବନ ସମାଜ ପାଇଁ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିଥିବା ସାମ୍ବାଦିକ ମାନଙ୍କ ପାଇଁ ଅବସର କାଳୀନ ପେନସନ ବ୍ୟବସ୍ଥା ଶୀଘ୍ର ଲାଗୁ କରନ୍ତୁ ବୋଲି ଦାବୀ ହୋଇଥିଲା । ଏହା ସହ ଗନ୍ଧମାର୍ଦ୍ଦନ ପାହାଡ଼ରେ କୌଣସି ପ୍ରକାର ଖନନକୁ ବିରୋଧ କରିବ ଜିଲ୍ଲା ସାମ୍ବାଦିକ ସଂଘ ବୋଲି ଘୋଷଣା କରିବା ସହ ଏହା ଉପରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରିଥିଲା । ଏହାସହ ଖୁବ ଶୀଘ୍ର ସଂଘ ଏହା ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ କରିବ ବୋଲି ସ୍ଥିର ହୋଇଥିଲା । ସେହିପରି ବରଗଡ଼ରେ ଯଥାଶୀଘ୍ର ରାଜ୍ୟ ସ୍ତରୀୟ ମ୍ୟୁଜିୟମ ନିର୍ମାଣ କରନ୍ତୁ ରାଜ୍ୟ ସରକାର ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହା ବ୍ୟତୀତ ସଂଘକୁ ୱେଲ୍ଫେୟର ଟ୍ରଷ୍ଟ ଭାବରେ ପଞ୍ଜୀକୃତ କରିବା, ଆଗାମୀ ଦିନରେ ବରଗଡ ଜିଲ୍ଲାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ କିଭଳି ହୋଇ ପାରିବ, ସଂଘର ସଦସ୍ୟ ମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବା ଆଦି ବିଷୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା । ବୈଠକରେ ଅନୁଷ୍ଠିତ ଆଲୋଚନା ଚକ୍ର : ” ବୃତ୍ତାକାର ବର୍ଜ୍ୟ ପରିଚାଳନା ଓ ପୁନଃ ସୁବିନିଯୋଗ ପଦକ୍ଷେପ” ଉପରେ ନିଜର ମତ ରଖିଥିଲେ ପ୍ରାଚୀନ ସାମଗ୍ରୀ, ଐତିହ ସାମଗ୍ରୀ, ଦୁର୍ଲଭ ତଥା ବିରଳ ସାମଗ୍ରୀ ସଂଗ୍ରାହକ ଡ.ସତ୍ୟକେତନ ମହାନ୍ତି । ତାଙ୍କ ଆଜୀବନ ଏହି କଳାକୃତି, ଐତିହାସିକ ଅବଶେଷ, ବାଦ୍ୟ ଯନ୍ତ୍ର, ପ୍ରାଚୀନ ମୁଦ୍ରା, ଦୁର୍ଲଭ ସାମୁଦ୍ରିକ ଝିନୁକ, ଯୁଦ୍ଧାସ୍ତ୍ର, ଜୀବାଶ୍ମ, ଡାକ ଟିକେଟ୍, ପ୍ରାଚୀନ ଖାମ, ତାଳପତ୍ର ପୋଥି, ଶୁଷ୍କ ଭେଷଜ ଦ୍ରବ୍ୟ ସଂଗ୍ରହ ପାଇଁ ଜାରି ରଖିଥିବା ଅଭିଯାନ ପାଇଁ ଦେଇଥିବା ଅବଦାନ ପାଇଁ ସଂଘ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ବରିଷ୍ଠ ସଦସ୍ୟ ଦୁର୍ଗା ପ୍ରସାଦ ଦ୍ୱିବେଦୀ ଓ ସତ୍ୟଜିତ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ । ସଂଘ ପକ୍ଷରୁ ଡ.ମହାନ୍ତିଙ୍କ ଏହି ସବୁ ସଂଗ୍ରହକୁ ରାଜ୍ୟ ସ୍ତରରେ ଭୁବନେଶ୍ୱର ଠାରେ ଓ କେନ୍ଦ୍ର ସ୍ତରରେ ଦିଲ୍ଲୀ ଠାରେ ପ୍ରଦର୍ଶନୀ ମଧ୍ୟରେ ଜାବ ପ୍ରଚାର ପ୍ରସାର କରିବାକୁ ଘୋଷଣା କରିଥିଲା । ଏହି ଅବସରରେ ଜାବର ଜିଲ୍ଲାର ସମସ୍ତ ୧୨ ବ୍ଲକ ୟୁନିଟ୍‌ର ସଦସ୍ୟମାନେ ଯୋଗଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ପ୍ରଭୁ ଚରଣ ମହାନ୍ତି, ଯୁଗ୍ମ ସମ୍ପାଦକ ନୀଲକଣ୍ଠ ଦୀପ, କୋଷାଧ୍ୟକ୍ଷ ହେମନ୍ତ ନାୟକ, ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ଜାତୀୟ କାଉନସିଲ ସଦସ୍ୟ ହେମନ୍ତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରତ୍ନମଣୀ ଶତପଥୀ, ମେଘନାଦ ସାହୁ ,ସଂଜୀବ ପୁରୋହିତ, କୀର୍ତ୍ତନ ବିଶ୍ୱାଲ, ଅଶ୍ଵିନୀ ପାତ୍ର, ଯୁଧିଷ୍ଠିର ମହାପାତ୍ର, ନରେନ୍ଦ୍ର ଦାଶ, ଜ୍ୟୋତି ମହାପାତ୍ର, ମୁକୁନ୍ଦ ଷଡ଼ଙ୍ଗୀ, ବରଗଡ଼ ସାମ୍ବାଦିକ ସଂଘର ସଂପାଦକ ପ୍ରେମାନନ୍ଦ ଖମାରୀ, ଅତିନ୍ଦ୍ରନାଥ ସେନ, ସୁବ୍ରତ ସାହୁ, ସୁଦାମ ପ୍ରଧାନ, ରାଜେଶ ମିଶ୍ର, ଅର୍ଜୁନ ସାହୁ, ବିଜୟ କର୍ଣ୍ଣ, ଝସକେତନ ସାହୁ, ରଂଜିତ ଦାଶଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.