jsm

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

csstore

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ରବିବାର ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସ୍ନାତ୍ତକୋତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଉପସଭାପତି ପ୍ରଫେସର୍ ସିଦ୍ଧାର୍ଥ ଶଙ୍କର ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଡ଼ଃ. ସତ୍ୟନାରାୟଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ସମ୍ମାନିତ ଅତିଥି ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶିବରାମ ତ୍ରିପାଠୀ ନିଜ ଅଭିଭାଷଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତାଙ୍କର କ୍ୟାରିୟର ଗଠନରେ କିପରି ସହାୟକ ହୋଇଥିଲା ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ । କୁଳପତି ପ୍ରଫେସର ଅସୀମା ସାହୁ ତାଙ୍କ ଅଭିଭାଷଣରେ ପୁରାତନ ସଂଘର ଭୂମିକା ସମ୍ପର୍କରେ ଗୁରୁତ୍ଵାରୋପ କରିଥିଲେ । କୋଷାଧ୍ୟକ୍ଷ ଡ଼ଃ. ସୁମନ କଲ୍ୟାଣ ଚୌଧୁରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶ୍ଵ ସ୍ତରରେ ସୁନାମ ଅର୍ଜନ କରିଥିବା ଡ଼ଃ. ତପନ କୁମାର ବାରିକ ଓ ଡ଼ଃ. ମୃତ୍ୟୁଞ୍ଜୟ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡ଼ଃ. ଶାରଦା ପ୍ରସାଦ ସାହୁ ସଭା ପରିଚାଳନା କରିଥିଲେ । ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକର ଅପରାହ୍ନରେ କୋଷାଧ୍ୟକ୍ଷ ଡ. ସୁମନ କଲ୍ୟାଣ ଚୌଧୁରୀ ବାର୍ଷିକ ଆୟବ୍ୟୟ ବିବରଣୀ ପାଠ କରିଥିଲେ । ସଭାପତି ଭାବେ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଉପ-ସଭାପତି ଭାବେ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପଣ୍ଡା, ସମ୍ପାଦକ ଭାବେ ଡ଼ଃ. ସତ୍ୟନାରାୟଣ ସାହୁ, ସହସଂପାଦକ ଭାବେ ଡ଼ଃ. ବନ୍ଦିତା କୁମାରୀ ପଣ୍ଡା, କୋଷାଧକ୍ଷ ଭାବେ ଡ଼ଃ. ସୁମନ କଲ୍ୟାଣ ଚୌଧୁରୀ ନିର୍ବାଚିତ ହୋଇଥିଲେ । ଏହି ବୈଠକରେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

yuvodaya
Leave A Reply

Your email address will not be published.