jsm

ରାଉରକେଲାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର, ୨୦ ୟୁନିଟ୍ ରକ୍ତ ସଂଗ୍ରହ

csstore

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ହସ୍ପିଟାଲରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ରାଉରକେଲା ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଅନୁମତିକ୍ରମେ ଦେଓଗାଁଠାରେ ଆୟୋଜିତ ଏହି ଶିବିରରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ରାଉରକେଲା ସରକାରୀ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ରାଉରକେଲା ସାଙ୍ଗଠନିକ ଜିଲ୍ଲା ଛାତ୍ର ସଭାପତି ସଞ୍ଜୀତ ଛୋଟରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଦେଓଗାଁର ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀନାରାୟଣ ପାତ୍ର ଓ ୱାର୍ଡ ସଭାପତି ବଳଦେବ ସିଂ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଜିଲ୍ଲା ଯୁବ ସଭାପତି ପିଙ୍କୁ ଜୈସୱାଲ, ଜିଲ୍ଲା ମହିଳା ସଭାପତି ସନ୍ଧ୍ୟା ଲାକ୍ରାଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ରକ୍ତଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ବକ୍ତାମାନେ ରକ୍ତଦାନକୁ ସର୍ବୋତ୍ତମ ମାନବସେବା ବୋଲି ଅଭିହିତ କରିବା ସହ ଯୁବପିଢ଼ିଙ୍କୁ ଏପରି ସାମାଜିକ କାର୍ଯ୍ୟକ୍ରମରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ରକ୍ତଦାତାମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଯୋଗୁଁ ଶିବିରଟି ସଫଳ ହୋଇଥିବାବେଳେ ସଂଗୃହୀତ ରକ୍ତ ଆଗାମୀ ଦିନରେ ରୋଗୀମାନଙ୍କ ଚିକିତ୍ସାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା । ଶେଷରେ ଆୟୋଜକମାନେ ସମସ୍ତ ରକ୍ତଦାତା, ଅତିଥି ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଥିଲେ ।

yuvodaya
Leave A Reply

Your email address will not be published.